AFFILIATE MARKETING

https://binomo.com?a=90810425bb57&t=0

Tuesday, September 26, 2023

୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ

COASTAL NEWS Odia 896

୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ



ନୂଆଦିଲ୍ଲୀ,: ଭଞ୍ଜ ବିହାରୀ ମହାନ୍ତି - ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଦ୍ରୁତ ବରଫ ସ୍ତର କ୍ଷୟ ହେବାରେ ଲାଗିଛି। ଫଳରେ ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ପାଇଛି। ଏଥିଯୋଗୁଁ ବିଶ୍ବର ତଟବର୍ତ୍ତୀ ସହରଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି। ୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦିଅନ୍ତି।
 
ଆଣ୍ଟାର୍କଟିକା ମହାଦେଶର ଉତ୍ତରମେରୁରେ ତାପମାତ୍ରାବୃଦ୍ଧି ପାଇବାରେ ଲାଗିଛି। ୧୯୭୯ରୁ ୨୦୧୭ ମଧ୍ୟରେ ଏହି ମହାଦେଶରେ ପ୍ରାୟ ୬ଗୁଣ ବରଫ ହ୍ରାସ ପାଇଛି। ଜାନୁଆରୀ ୧୯୮୨ରେ ଆଣ୍ଟାର୍କଟିକାରେ ତାପମାତ୍ରା -୧୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। 

ଚଳିତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମେରୁରେ ସର୍ବୋଚ୍ଚ ତାପମାତ୍ରା ୧୮.୪ ଓ ଉତ୍ତରମେରୁରେ ୨୧ଡିଗ୍ରୀ ସେଲସିୟସ ଥିଲା। ଏହା ପୂର୍ବରୁ ୨୦୧୫ରେ ଏଠାକାର ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତ ୨୮ ବର୍ଷ ମଧ୍ୟରେ ତାପମାତ୍ରାର ଏପରି ଦ୍ରୁତ ପରିବର୍ତ୍ତନ ମାନବ ଜାତିଙ୍କ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଜଳବାୟୁ ବି‌େ‌ଶଷଜ୍ଞ ମତ ଦିଅନ୍ତି।
 
ଆର୍ଜେଣ୍ଟିନାର ଜଳବାୟୁ ବିଶେଷଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ମେରୁରେ ତାପମାତ୍ରା ବୃଦ୍ଧି ପାଇବା ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଇଙ୍ଗିତ କରୁଛି। ଏପରି ତାପମାତ୍ରା ଗରମ ଦିନରେ ଅନୁଭୂତ ହୋଇ ନଥାଏ ବୋଲି ବିଶ୍ବ ଜଳବାୟୁ ସଂଗଠନ ମୁଖପାତ୍ର କ୍ଲେୟର ନାଲିସ୍‌ କହିଛନ୍ତି। ଗତ ୫୦ ବର୍ଷ ମଧ୍ୟରେ ଆଣ୍ଟାର୍କଟିକାରେ ୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବୃଦ୍ଧି ପାଇଛି। ଏଥିଯୋଗୁଁ ଏଠାରେ ୮୭ ପ୍ରତିଶତ ବରଫ ତରଳିଛି। ଫଳରେ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । 

ବିଶେଷକରି ଗତ ୧୨ ବର୍ଷ ହେଲା ଦ୍ରୁତ ଗତିରେ ବରଫ ତରଳୁ ଥିବା ପରିଲକ୍ଷିତ ହୋଇଛି। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଚଳିତ ଶତାବ୍ଦୀ ଶେଷ ବେଳକୁ ସମୁଦ୍ର ଜଳ ପତ୍ତନ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଥିବ ବୋଲି ସେମାନେ ଅନୁମାନ କରିଛନ୍ତି। ଏଥିଯୋଗୁଁ ବିଶ୍ବର ଏକାଧିକ ଉପକୂଳ ସହର ସମୁଦ୍ରରେ ବିଲୀନ ହୋଇଯିବ ଆଶଙ୍କା ଦେଖାଦେଇଛି।

ଜଳ ପତ୍ତନ ବୃଦ୍ଧି ଯୋଗୁଁ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ୬ଟି ସହର ହେଲା- ଦ୍ବାରିକା (ଭାରତ), ପୋର୍ଟ ରୟାଲ
(ଜାମାଇକା), ୟୋନାଗୁନି ଜିମା (ଜାପାନ), ଲାୟନ ସିଟି (ଚୀନ୍‌), ପବଲେପେଟ୍ରି (ଇଟାଲୀ) ଓ ବିଲା ଏପିକୁଏନ (ଆର୍ଜେଣ୍ଟିନା)। ଆଗାମୀ ୨୦୫୦ ମସିହା ମଧ୍ୟରେ ସମୁଦ୍ର ତଟବର୍ତ୍ତୀ ୧୩ଟି ସହର ସମ୍ପୂର୍ଣ୍ଣ ସତ୍ତା ହରାଇ ଥିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। 

ଭାରତ ମହାସାଗର ସଂଲଗ୍ନ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ପ୍ରତିବର୍ଷ ୬.୭ ଇଞ୍ଚ, ବେନିକ ସିଟି (ଇଟାଲୀ) ୦.୮ ଇଞ୍ଚ, ଲାଗୋସ୍‌ (ନାଇଜେରିଆ) ୬.୬ ଇଞ୍ଚ, ହ୍ୟୁଷ୍ଟନ (ଆମେରିକା) ୨ଇଞ୍ଚ ଓ ଢାକା ସହର (ବାଂଲାଦେଶ) ପ୍ରତିବର୍ଷ ୦.୩ ଇଞ୍ଚ ଅଞ୍ଚଳ ସମୁଦ୍ରରେ ଲୀନ ହେଉଛି। ଏହାବ୍ୟତୀତ ବ୍ୟାଙ୍କକ୍‌ (ଥାଇଲ୍ୟାଣ୍ଡ), ଆଲେକ୍‌ଜାଣ୍ଡ୍ରିଆ (ଇଜିପ୍ଟ), ମିଆମି (ଆମେରିକା), ବସରା (ଇରାକ୍‌), ଲଣ୍ଡନ(ଇଂଲଣ୍ଡ), ମାନିଲା (ଫିଲିପାଇନ୍ସ) ଓ ଚୀନ୍‌ର ସାଙ୍ଘାଇ ସହରର ଉପକୂଳ ସମୁଦ୍ରର ବିଶାଳ ଜୁଆର ପ୍ରଭାବରେ ବୁଡ଼ିବାରେ ଲାଗିଛି। 

୨୦୪୦ ସୁଦ୍ଧା ଆମେରିକାର ନ୍ୟୁ ଓରେଲାନ୍ସ ସହର ୧୪.୪ ଇଞ୍ଚ ବୁଡ଼ି ସାରିଥିବ ବୋଲି କେତେକ ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି। ୨୦୧୯ ମସିହା ସୁଦ୍ଧା ସମୁଦ୍ର ତଟବର୍ତ୍ତୀ ୧୧୦ ନିୟୁତ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏପରି ଜାରି ରହିଲେ ୨୦୫୦ ମସିହା ସୁଦ୍ଧା ଉପରୋକ୍ତ ୧୨ଟି ସହର ସମୁଦ୍ରରେ ଲୀନ ହୋଇଯାଇଥିବ

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...