AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଇତିହାସ ରଚିଲେ ଶୁବମନ ଗିଲ୍

COASTAL NEWS Odia 917

ଇତିହାସ ରଚିଲେ ଶୁବମନ ଗିଲ୍


ଇନ୍ଦୋର - ତେନ୍ଦୁଲକର-କୋହଲିଙ୍କୁ ପଛରେ ପକାଇ ଶୁବମନ ଗିଲ୍ କଲେ ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ ଥିଲା ।

ଏବର୍ଷ ଦମଦାର ଫର୍ମରେ ଅଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍। ମ୍ୟାଚ୍ ପରେ ମ୍ୟାଚ୍, ଆଶ୍ଚର୍ଯୟଜନକ ଭାବେ ନୂ‍ଆ ନୂଆ ରେକର୍ଡ ନିଜ ନାମରେ କରୁଛନ୍ତି ଗିଲ୍। ଆଜି ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଆଉ ଏକ ଶତକ ନିଜ ନାମରେ କରିଛନ୍ତି ଶୁବମନ ବାଜି ମାରିଛନ୍ତି । ଶତକ ସହ ଆଉ ଏକ ବଡ଼ ରେର୍କଡ ମଧ୍ୟ ସେ ତାଙ୍କ ନାମରେ କରିଛନ୍ତି। ଏଥର ଗିଲ୍ ସଚିନ ତେନ୍ଦୁଲକର, ବିରାଟ କୋହଲି, ହାସିମ୍ ଆମଲା ଓ ବାବର ଆଜମଙ୍କ ପରି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ କରିଛନ୍ତି ଗିଲ୍।

ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ । ଦିନିକିଆ କ୍ରିକେଟ ଇତିହାସରେ ୩୫ ଇନିଂସରେ ୧୯୦୦ ରନ କରିବାରେ ଗିଲ୍ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ । ସେ ସଚିନ ତେନ୍ଦୁଲକର, ବିରାଟ କୋହଲି, ବାବର ଆଜମ, ହାସିମ ଆମଲାଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି। 

 ସେହିପରି ଚଳିତ ବର୍ଷ ଏହା ହେଉଛି ଗିଲଙ୍କ ପଞ୍ଚମ ଶତକ । ସେ ଏକ କ୍ୟାଲେଣ୍ଡର ବର୍ଷରେ ପାଞ୍ଚ କିମ୍ବା ଅଧିକ ଶତକ ସ୍କୋର କରିବାରେ ସପ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି ଏବଂ ଶିଖର ଧାୱନ ଏହି ସଫଳତା ହାସଲ କରିଛନ୍ତି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...