COASTAL NEWS ODIA 949
ଉଜ୍ଜୟିନୀ ଦୁଷ୍କର୍ମ ମାମଲାରେ ୫ ଜଣ ଆରୋପି ଅଟକ
ମଧ୍ୟପ୍ରଦେଶ - ମଧ୍ୟପ୍ରଦେଶର ଉଜ୍ଜୟିନୀ ଦୁଷ୍କର୍ମ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଛି ଏବଂ ନାବାଳିକା ଅର୍ଦ୍ଧନଗ୍ନ ଓ ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ପାଇଁ ଘୂରି ବୁଲୁଥିବାବେଳେ ( ପ୍ରକାଶ ଥାଉକି ପୁଲିସ ଉଦ୍ଧାର କରିବା ପୂର୍ବରୁ ୮ କିମି ଚାଲିଥିଲେ ପୀଡ଼ିତା ତାଙ୍କପ୍ରତି ଲୋକମାନଙ୍କର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ ଥିଲା ।
ଉଜ୍ଜୟିନୀ ପୁଲିସ ମୁଖ୍ୟ ସଚିନ ଶର୍ମା କହିଛନ୍ତି, ୧୨ ବର୍ଷୀୟା ନାବାଳିକା ପ୍ରାୟ ୮ କିମି ବାଟ ଚାଲିଥିଲେ ଏବଂ ଘରକୁ ଘର ବୁଲି ନିଜ ସମସ୍ୟା ସମ୍ପର୍କରେ କହିବାକୁ ଚେଷ୍ଟା କରିଥିଲେ।ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ବଦଳରେ ଘଉଡ଼ାଇ ଦେଇଥିଲେ ଏବଂ ଆଉ କିଛି ଲୋକ କବାଟ କିଲିଥିଲେ। ତେବେ ପରିଶେଷରେ ନାବାଳିକା ପୀଡ଼ିତାଙ୍କୁ ଜଣେ ଆଶ୍ରମ ପୁରୋହିତ ସାହାଯ୍ୟ କରିଥିଲେ। ନାବାଳିକା ଏକ ଆଶ୍ରମରେ ପହଞ୍ଚିବାପରେ ଆଶମ୍ରର ପୁରୋହିତ ତାଙ୍କୁ ତାଙ୍କ ନିଜ ପୋଷାକ ଦେବା ସହ ତତ୍କ୍ଷଣାତ ପୁଲିସକୁ ଜଣାଇଥିଲେ। ୨୦ ମିନିଟ୍ ପରେ ପୁଲିସ ଆସି ପହଞ୍ଚିଥିଲା ଏବଂ ନାବାଳିକା ପୀଡ଼ିତାଙ୍କୁ ହସ୍ପିଟାଲ୍ ନେଇଥିଲା ।
ପୁଲିସ ଏହି ମାମଲାରେ ଜଣେ ଅଟୋ ଡ୍ରାଇଭର ସମେତ ୫ଜଣଙ୍କୁ ଅଟକ ରଖି ଜେରା କରୁଛି । ସବୁଠୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ଯେ ଲୋକମାନେ ଏତିକି ସାମାନ୍ୟ କଥା ବୁଝି ପାରିନଥିଲେ ଯେ ପୀଡ଼ିତାଙ୍କୁ ସେ ସମୟରେ ଟଙ୍କା ନୁହେଁ ବରଂ ହସ୍ପିଟାଲ୍ ନେବା ଜରୁରୀ ଥିଲା । ପୀଡ଼ିତାଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ଅତି ଗୁରୁତର ଅଛି। ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଛି। ପୁଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଛି।
ପୀଡ଼ିତା ନାବାଳିକା ମଧ୍ୟପ୍ରଦେଶର ସତନା ଜିଲ୍ଲାର ବୋଲି ଜଣାପଡ଼ିଛି। ପୀଡ଼ିତା ଗତ ରବିବାରଠାରୁ ନିଖୋଜ ଥିଲେ ସେ ସ୍କୁଲ୍ ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ। ପୀଡ଼ିତା ଖେରିରୁ ଏକ ଅଟୋ ରିକ୍ସାରେ ଆସିଥିବା ଜଣାପଡ଼ିଛି। ଉକ୍ତ ଅଟୋରିକ୍ସାର ପଛ ସିଟ୍ରେ ରକ୍ତ ଦାଗ ଲାଗିଛି। ଅଟୋରିକ୍ସା ଡ୍ରାଇଭରକୁ ପୁଲିସ ଅଟକ ରଖି ଜେରା କରୁଛି ଏବଂ ଅଟୋରିକ୍ସାର ଫରେନ୍ସିକ ଯାଞ୍ଚ କରାଯାଉଛି। ଡ୍ରାଇଭରଠାରୁ ମିଳିଥିବା ସୂଚନା ଏବଂ କେତେକ ସିସିଟିଭି ଫୁଟେଜ ଯାଞ୍ଚ ପରେ ଆଉ ୪ ଜଣଙ୍କୁ ପୁଲିସ ଅଟକ ରଖିଛି ।

No comments:
Post a Comment