AFFILIATE MARKETING

https://binomo.com?a=90810425bb57&t=0

Saturday, September 23, 2023

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର

COASTAL NEWS Odia 874

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର


 
ଭୋପାଳ,୨୩।୯ : ଭଞ୍ଜ ବିହାରୀ ମହାନ୍ତି - ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି। ଏହାକୁ ଚଳାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକତା ନାହିଁ । ଏହା ଇଲେକ୍ଟ୍ରିକ ଚାର୍ଜିଂ ଏବଂ ସୌର ଶକ୍ତିରେ ଚାଲିଥାଏ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଖଟିଆ କାରକୁ ପ୍ରଶଂସା କରିଛନ୍ତି।

ଅଶୋକନଗର ଜିଲା ମୁଖ୍ୟାଳୟଠାରୁ ସେମାରକେଡି ଗ୍ରାମ ୧୫ କିଲୋମିଟର ଦୂର। ଏହି ଗାଁରେ ୨୧ ବର୍ଷ ବୟସ୍କ ଯୁବକ ପୱନ ଓଝା ବାସ କରନ୍ତି। ପୱନ ପିଲାଦିନରୁ ଅଧ୍ୟୟନରେ ଦୁର୍ବଳ ଥିଲେ କିନ୍ତୁ ବୈଷୟିକ କୌଶଳ ପ୍ରତି ତାଙ୍କର ଆଗ୍ରହ ଥିଲା । ସେ ଦଶମ ପରେ ପାଠପଢ଼ା ଛାଡିଥିଲେ। ସେ ଖାଲି ସମୟରେ ନୂତନ ପରୀକ୍ଷଣ ଏବଂ ଯନ୍ତ୍ରପାତି ତିଆରି କରିବା ଆରମ୍ଭ କଲେ। ଦିନେ ସେ ନିଜ ଚାଷ ଜମିରେ ଏକ ଖଟ ଉପରେ ଶୋଇଥିଲେ। ସେ ଚିନ୍ତା କଲେ ଯଦି ଖଟକୁ କାରରେ ପରିଣତ କରିବି ତେବେ ଯିବା ଆସିବାରେ ସୁବିଧା ହେବ।

ସେ ଗୋଟିଏ ଗାଡିର ଇଞ୍ଜିନ ଏବଂ ଏଥିରେ ଲାଗିଥିବା ମୋଟର ସମେତ ସାମଗ୍ରୀ ସଂଗ୍ରହ କରିଥିଲେ। ସେ ପ୍ରାୟ ଦେଢ଼ ମାସ ମଧ୍ୟରେ ନିଜ ଖଟିଆକୁ କାରରେ ପରିଣତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ। ତାଙ୍କ ଖଟିଆ କାରର ମୂଲ୍ୟ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କାରେ ତିଆରି ହୋଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଡିଜେଲ-ପେଟ୍ରୋଲ ଅସୁବିଧା ହେତୁ ପୱନ ନିଷ୍ପତ୍ତି ନେଇଥିଲେ ତାଙ୍କ ଖଟିଆ କାରକୁ ବୈଦ୍ୟୁତିକ ଯାନରେ ରୂପାନ୍ତରିତ କରିବେ। ସେ ବ୍ୟାଟେରୀ ଚାର୍ଜିଂ ବ୍ୟବହାର କରିଥିଲେ।

ବର୍ତ୍ତମାନ ତାଙ୍କ ଖଟିଆ କାରରେ ସୌର ପ୍ଲେଟ ସ୍ଥାପନ କରି ସେ ଏହାକୁ ସୌର ଶକ୍ତିରେ ଚାଲୁଥିବା ଏକ ଯାନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏନେଇ ପରୀକ୍ଷା ଜାରି ରହିଛି। ତାଙ୍କ କାର ପ୍ରାୟ ୩ ଘଣ୍ଟା ଚାର୍ଜିଂରେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଯାନର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର। ପୱନଙ୍କ ଅନୁଯାୟୀ ଚାରିରୁ ପାଞ୍ଚ ଜଣ ଲୋକ ଏହି ଖଟିଆ କାରରେ ସହଜରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଏହି ଗାଡିର ତିନିରୁ ଚାରି କ୍ୱିଣ୍ଟାଲ ଓଜନ ବୋହିବାର କ୍ଷମତା ଅଛି। ଖଟିଆ କାରକୁ ଆକର୍ଷଣୀୟ କରିବା ପାଇଁ ଏହାକୁ ରଙ୍ଗୀନ ଆଲୋକରେ ସଜାଯାଇଛି। ଏହା ସହିତ ଏଥିରେ ମ୍ୟଜିକ ବ୍ୟବସ୍ଥା ମଧ୍ୟ ରହିଛି।



No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...