AFFILIATE MARKETING

https://binomo.com?a=90810425bb57&t=0

Wednesday, September 27, 2023

କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଗଲା କାର୍

COASTAL NEWS Odia 912

କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଗଲା କାର୍ 


ଭୁବନେଶ୍ୱର - ଭୁବନେଶ୍ଵରର ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ଏକ କାର୍ କାନ୍ଥରେ ପିଟି ହୋଇଯିବାରୁ ହୁହୁ ହୋଇ ଜଳିଯାଇଛି। ତେବେ ଏଥିର ଥିବା କାର୍ ମାଲିକ ଦିବାକର ବାହିନୀପତି ଓ ଚାଳକ ତୁରନ୍ତ ବାହାରକୁ ଚାଲିଆସିବାରୁ ବିପଦରୁ ବର୍ତ୍ତି ଯାଇଛନ୍ତି। 

ଖବର ପାଇ ତମାଣ୍ଡୋ ଥାନା ପୋଲିସ ଅଗ୍ନିଶମ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ କାର୍‌ଟି ୮୦ ପ୍ରତିଶତ ଜଳି ଯାଇଥିଲା।, ମାଲିକ କଳିଙ୍ଗବିହାରରେ ରହୁଥିବା ଦିବାକର ବାହିନୀପତି ଓ ତାଙ୍କ ସାଙ୍ଗ ଉକ୍ତ କାର୍‌ରେ ଥିଲେ ବୋଲି ତମାଣ୍ଡୋ ଥାନା ଅଧିକାରୀ କହିଛନ୍ତି। 

ସୋମବାର ଭୋର୍‌ ସମୟରେ କାର୍‌ଟି ଡିଏନ ରେଗାଲିଆ ଦେଇ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ଗାଡିରୁ ଧୂଆଁ ବାହାରିବା ଦେଖୁ ସେମାନେ କାରରୁ ବାହାରକୁ ଚାଲି ଆସିଥିଲେ। ଏହାର କେଇ ମିନିଟ ପରେ କାରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...