AFFILIATE MARKETING

https://binomo.com?a=90810425bb57&t=0

Wednesday, September 27, 2023

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

COASTAL NEWS Odia 910

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ



କେନ୍ଦ୍ରାପଡ଼ା  : ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଧୂମାତ ଶାସନ ଗ୍ରାମରେ ବନ୍ଧ ମହାପୁରୁଷଙ୍କ ପାଖରେ ଆଜି ଦିନ ୧୦ଟା ସମୟରେ କିଛି ଅସାମାଜିକ ଲୋକ ମଦ ପିଉଥିଲେ। ସେ ସ୍ଥାନଟି ଅତି ନିଛାଟିଆ ହୋଇଥିବାରୁ ସେହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରନ୍ତି ନାହିଁ । 

ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳିତକରାଳ ହେବାରୁ ଜଣେ ଯୁବକ ଅନ୍ୟଜଣେ ଯୁବକ ଦେହରେ ଛୁରାଭୁସି ଦେଇଥିଲା । ଯାହାଫଳରେ କି ସେହି ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । 

ମୃତ ଯୁବକକୁ ପରିବାର ଲୋକମାନେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତଯୁବକ ହେଉଛି ଚାରିଗାଁର ଅମର ମଲ୍ଲିକଙ୍କ ପୁଅ ତ୍ରିଲୋଚନ ମଲ୍ଲିକ(କାଳିଆ) (୨୫) । ମୁଖ୍ୟ ଅପରାଧୀ ମୁନା ବାରିକ(୨୬) ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ନିକିରାଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । 

ପୁଲିସ ସେହି ଗ୍ରାମର ୩ଜଣ ଯୁବକଙ୍କୁ ଧରିନେଇ ଥାନାରେ ଅଟକ ରଖିଛି ।ହତ୍ୟାରେ ବ୍ୟବହୃତ ଛୁରି ଜବତ ହୋଇନାହିଁ । ନିକିରାଇ ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖୁଛି ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...