AFFILIATE MARKETING

https://binomo.com?a=90810425bb57&t=0

Saturday, September 23, 2023

ଇଷ୍ଟର୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା

COASTAL NEWS Odia 865

ଇଷ୍ଟର୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା


 
ଭୁବନେଶ୍ୱର,୨୩।୯ : ଭଞ୍ଜ ବିହାରୀ ମହାନ୍ତି - ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଦୈନିକ ଖବରକାଗଜ ସମ୍ବାଦରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଗତ କିଛିବର୍ଷ ମଧ୍ୟରେ ଇଷ୍ଟର୍ନ ମିଡିଆ ଲିମିଟେଡ/ସମ୍ବାଦର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବିପୁଳ ଟଙ୍କା ଜମା ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ଶୁକ୍ରବାର ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। 

ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଯାଞ୍ଚବେଳେ ଏହା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି ଯେ, ଗୁରୁବାର ଇଓଡବ୍ଲ୍ୟୁର ଏକ ଟିମ୍‌ ସମ୍ବାଦ ଅଫିସରେ ଯାଞ୍ଚ କରିଥିଲା। ହେଲେ ଏହି ସମୟରେ ସମ୍ବାଦ ଅଧିକାରୀ ତଥା କର୍ମଚାରୀମାନେ ତଦନ୍ତରେ ସହଯୋଗ କରି ନ ଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ତଥା ଦସ୍ତାବିଜ୍‌ ମିଳି ନ ଥିଲା। କିଛି ସନ୍ଦେହଜନକ ଦସ୍ତାବିଜ୍‌କୁ ଦେବା ପାଇଁ ସମ୍ବାଦ ଅଧିକାରୀମାନେ ଇଓଡବ୍ଲ୍ୟୁ ଟିମ୍‌କୁ ମନା କରିଦେଇଥିଲେ। 

ସଂସ୍ଥାର ଆକାଉଣ୍ଟ୍‌ ଓ ଏଚ୍‌ଆର୍‌ ସେକ୍ସନ୍‌ର କିଛି ପ୍ରାସଙ୍ଗିକ କମ୍ପ୍ୟୁଟର୍‌ ଫାଇଲ୍‌ର କପି ନେବା ପାଇଁ ଇଓଡବ୍ଲ୍ୟୁ ଚାହିଁଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ବାରଣ କରାଯାଇଥିଲା। ଏଭଳି ପରିସ୍ଥିତିରେ କିଛି ହାର୍ଡଡିସ୍କକୁ ଜବତ କରିବାକୁ ଇଓଡବ୍ଲ୍ୟୁ ଟିମ୍‌ ବାଧ୍ୟ ହୋଇଥିଲେ ବୋଲି କୁହାଯାଇଛି। ତଦନ୍ତ ସମୟରେ ସମ୍ବାଦର ଆଉ କେତେଜଣ ପୀଡ଼ିତ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। 

ସେମାନେ ଏତଲାକାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗକୁ ପ୍ରମାଣ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମ୍ବାଦର ଋଣ ଜାଲିଆତିର ଅଭିଯୋଗ ସଂକ୍ରାନ୍ତରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଇଓଡବ୍ଲ୍ୟୁର ପ୍ରେସ୍‌ ବିବୃତିରେ ଆହୁରି ଦର୍ଶାଯାଇଛି ଯେ, ଇଷ୍ଟର୍ନ ମିଡିଆ ସଂସ୍ଥା ଦରମା ପରିମାଣକୁ ଏପଟସେପଟ କରିଥିବା ଏବଂ ଇପିଏଫ୍‌ଓ ଓ ଇଏସ୍‌ଆଇସି ଡିପୋଜିଟ୍‌ କରି ନ ଥିବା କେତେଜଣ ପୀଡ଼ିତ ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ଦୃଷ୍ଟି ଦେବା ସହ ସଂସ୍ଥାଠାରୁ ସୂଚନା ମଗାଯାଇଥିବା କୁହାଯାଇଛି। ସେପଟେ ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍‌ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ୩ ଅଧିକାରୀଙ୍କୁ ଗୁରୁବାର ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା। ଶୁକ୍ରବାର ମଧ୍ୟ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୨ଜଣଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...