AFFILIATE MARKETING

https://binomo.com?a=90810425bb57&t=0

Monday, September 25, 2023

ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

COASTAL NEWS Odia 886

ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ 



ବଲାଙ୍ଗିର - ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ବିଡ଼ିଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଗତ ୧୮ ତାରିଖ ଦିନ ଖପ୍ରାଖୋଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ କେସରେ ଫେରାର ଥିବା ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଖପ୍ରାଖୋଲ ପୋଲିସ ଛତିଶଗଡ ରାଜ୍ୟରୁ ଗିରଫ କରିବାରେ ସଫଳ ହୋଇଅଛି । 

ସୂଚନା ଅନୁସାରେ ତେଲେନପାଲି ପଞ୍ଚାୟତ କର୍ଲାମାଲ୍ ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମକ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିବା ବେଳେ ତାଙ୍କ କୋଡ୍‌ ବ୍ୟବହାର କରି ଗାଁର ଟିକେମଣି ବାଗଙ୍କୁ ଚଞ୍ଚକତା କରି ଘର ଦେଇଥିବା ବେଳେ କୌଶଲ୍ୟା ଘର ପାଇ ନଥିବା ଜଣାପଡ଼ିଥିଲା । ଏନେଇ କୌଶଲ୍ୟାଙ୍କ ତରଫରୁ ଅଭିଯୋଗ ହୋଇଥିଲା । ସେହିପରି ଯୁନାନିବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନଥିବା ବେଳେ ତାଙ୍କ ନାମରେ ଅନ୍‌ଲାଇନ୍‌ରେ ଘର ସୋ’ କରୁଥିବା ବେଳେ ସେହି କୋଡ୍‌ ବ୍ୟବହାର କରି ରୂପେ ଧରୁଆଙ୍କୁ ଘର ଦିଆଯାଇଥିବା ଅଭିଯୋଗ ହୋଇଥିଲା । 

ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେର, ତତ୍କାଳୀନ ଜିଆର୍‌ଏସ୍‌ ବିପିନ ବେହେରା, ଜିଓ ଟେଗ୍‌ ଗୋଲାପ ପୋଢ଼ ଦାୟୀ ବୋଲି ଜିଲ୍ଲା କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିବାକୁ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା ଙ୍କ ଏତାଲା କ୍ରମେ ଖପ୍ରାଖୋଲ ଥାନା କେସ ନମ୍ବର ୧୫୯/୨୦୨୩ରେ ଗତ ୫/୦୯/୨୦୨୩ ତାରିଖ ଦିନ ଏକ ମାମଲା ରୁଜୁ କରାଯାଇଥିଲା । କିଛିଦିନ ତଳେ ଦୁଇ ନକଲି ହିତାଧିକାରୀ ଏବଂ ତତ୍କାଳୀନ ପିଇଓ ଲଳିତ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର୍‌ ଥିବା ଜିଆର୍‌ଏସ୍‌ ବିପିନ ବେହେରା ଏବଂ ଜିଓ ଟେଗ୍‌ ଗୋଲାପ ପୋଢ଼ଙ୍କୁ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ସରାଇପାଲି ଥାନା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ଖପ୍ରାଖୋଲ ପୋଲିସ । 

ଅଭିଯୁକ୍ତ ଦୁଇଜଣ ସରାଇପାଲିର ଏକ ଗେଷ୍ଟହାଉସ୍‌ରେ ଲୁଚି ରହିଥିଲେ ବୋଲି ଜଣାପଡ଼ିଛି । ଏନେଇ ଧାରା ୪୦୯/୪୭୧/୪୬୮/୧୨୦ବିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଲ୍ ନାମଞ୍ଜୁର ହେବାରୁ ଦୁଇଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି । ଖପ୍ରାଖୋଲ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...