AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି

COASTAL NEWS ODIA 937


ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି


 
ବେଙ୍ଗାଲୁରୁ : ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏବେ ମଧ୍ୟ ଆଶା ରଖିଛନ୍ତି । ସେପ୍ଟେମ୍ବର ୨୨ ତାରିଖ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସକାଳ ହୋଇଥିଲା। ଇତି ମଧ୍ୟରେ ସପ୍ତାହେ ବିତି ଗଲାଣି। ହେଲେ ଇସ୍ରୋ ଏବେବି ସିଗ୍ନାଲକୁ ଅପେକ୍ଷା କରି ରହିଛନ୍ତି । ଅନ୍ତରୀକ୍ଷ ଏଜେନ୍ସୀ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଏଥିପାଇଁ ଆଶା କରିବେ ବୋଲି କହିଛନ୍ତି। 

ଚନ୍ଦ୍ରର ଏହି ଅଂଶରେ ରାତି ହେବା ପାଇଁ ଏବେ ଆଉ ସପ୍ତାହଟିଏ ବାକି। ଇସ୍ରୋ ଅନୁସାରେ ଚନ୍ଦ୍ରରେ ଲ୍ୟାଣ୍ଡର ଓ ରୋଭର ଯଦିଓ ଏପର୍ଯ୍ୟନ୍ତ ଶୋଇଛନ୍ତି ତେବେ ସେମାନଙ୍କୁ ନେଇଯାଇଥିବା ଅର୍ବିଟର ଏବେବି ଚନ୍ଦ୍ରରେ ଚକ୍କର ଲଗାଉଛି। ଇସ୍ରୋଙ୍କ କହିବା କଥା ହେଉଛି ଏହା ଏବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚନ୍ଦ୍ର ଓ ପୃଥିବୀ ବ୍ୟତୀତ ଅନେକ ସୂଚନା ପ୍ରଦାନ କରିପାରିବ। ଚନ୍ଦ୍ରଯାନ ଅର୍ବିଟରରେ ଲାଗିଥିବା ପେ ଲୋଡ ସ୍ପେକ୍ଟ୍ରୋ ପୋଲାରୀମେଟ୍ରି ଅଫ ହେବିଟବଲ ପ୍ଲାନେଟ୍ ଇତି ମଧ୍ୟରେ ଇସ୍ରୋଙ୍କୁ ଅନେକ ତଥ୍ୟ ପଠାଇସାରିଲାଣି। ଏହା ଦ୍ୱାରା ସଂଗୃହିତ ହେଉଥିବା ତଥ୍ୟ ଏଗଜୋପ୍ଲାନେଟ୍‌ସ ସମ୍ପର୍କରେ ଅଧ୍ୟୟନ ନିମନ୍ତେ ସହାୟକ ସାବ୍ୟସ୍ତ ହୋଇପାରେ। 

ଏଗଜୋ ପ୍ଲାନେଟ୍ ଏପରି ଗ୍ରହ ଯାହା ଆମ ସୌର ମଣ୍ଡଳର ଅଂଶବିଶେଷ ନୁହନ୍ତି; ହେଲେ ସେମାନେ କୌଣସି ଅନ୍ୟ ତାରାକୁ ପ୍ରଦୀକ୍ଷଣ କରୁଛନ୍ତି ସେଗୁଡିକ କୌଣସି ଅନ୍ୟ ଗାଲେକ୍ସିର ମଧ୍ୟ ହୋଇପାରନ୍ତି। ଇସ୍ରୋ ମୁଖ୍ୟ ଡା.ଏସ୍. ସୋମନାଥ କହିଛନ୍ତି, ସେପ୍‌କୁ ସେତେବେଳେ ଅପରେଟ କରାଯିବ ଯେତେବେଳେ ପୃଥିବୀରୁ ଦୃଶ୍ୟତା ଭଲ ଥିବ। ସେପ୍ ଯାହାବି ତଥ୍ୟ ଦେଉଛି ଗବେଷଣା ଦୃଷ୍ଟିରୁ ବେଶ୍‌ କାମର। ପେ ଲୋଡ ଅନେକ ଡାଟା ଦେଲାଣି ତେବେ ଏଗୁ଼ଡିକର ବିଶ୍ଲେଷଣ କରିବା ଓ ଏଥିରୁ କିଛି ନୂଆ ଜାଣିବା ନିମନ୍ତେ ଦୀର୍ଘମାସ ଲାଗିଯାଇପାରେ ବୋଲି ଡା. ସୋମନାଥ କହିଛନ୍ତି। 

ଏଗଜୋ ପ୍ଲାନେଟ୍ ଉପରେ ଏବେ ଅଧ୍ୟୟନ କରାଯାଉଛି। ବ୍ରହ୍ମାଣ୍ଡରେ ପୃଥିବୀ ବ୍ୟତୀତ ଜୀବନର ସନ୍ଧାନରେ ନାସା ସମେତ ଅନେକ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି। ନାସାଙ୍କ ଅନୁସାରେ ଏପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଏଗଜୋ ପ୍ଲାନେଟ୍‌ଙ୍କ ଚିହ୍ନଟ କରାଯାଇସାରିଲାଣି। ତେବେ ଅର୍ବିଟରର ପ୍ରଥମ ଉଦ୍ଦେଶ୍ୟ ଥିଲା ଲ୍ୟାଣ୍ଡରକୁ ନେଇ ଚନ୍ଦ୍ରରେ ସଫଳ ସଫ୍ଟଲ୍ୟାଣ୍ଡିଂ କରାଇବା। ଯେଉଁଥିରେ ଏହା ଶହେ ପ୍ରତିଶତ ସଫଳ ହୋଇଛି। ତେବେ ଏହାର ସମ୍ପୂର୍ଣ୍ଣ ଲାଭ ନେବା ନିମନ୍ତେ ଏଥିରେ ସେପ୍ ପେଲୋଡ ଲଗାଇ ଦିଆଯାଇଛି। ଏହା ଏବେ ପୃଥିବୀକୁ ତଥ୍ୟ ଦେଇ ଚାଲିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...