AFFILIATE MARKETING

https://binomo.com?a=90810425bb57&t=0

Friday, September 22, 2023

ସ୍ଲିପ ମୋଡରୁ’ ବାହାରକୁ ବାହାରିନି ଚନ୍ଦ୍ରଯାନ-୩, କେବେ ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ

COASTAL NEWS Odia 858

‘ସ୍ଲିପ ମୋଡରୁ’ ବାହାରକୁ ବାହାରିନି ଚନ୍ଦ୍ରଯାନ-୩, କେବେ ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ




ଅହମ୍ମଦାବାଦ  : ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ୨୨ ସେପ୍ଟେମ୍ବର ଶୁକ୍ରବାର ସ୍ଲିପ୍‌ ମୋଡରୁ ବାହାରକୁ ଆସିବେ ନାହିଁ। ବର୍ତ୍ତମାନ ସେମାନେ ଏହି ମୋଡରେ ରହିବେ। ଅହମ୍ମଦାବାଦସ୍ଥିତ ଇସ୍ରୋ ସ୍ପେସ୍ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେଶ ଦେଶାୟୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇସ୍ରୋ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭରଙ୍କୁ ଶନିବାର ଅର୍ଥାତ ସପ୍ଟେମ୍ବର ୨୩ ତାରିଖ ଦିନ ସ୍ଲିପମୋଡରୁ ବାହାର କରିବାକୁ ଉଦ୍ୟମ କରାଯିବ। ଏବେ ଉଭୟ ନିଷ୍କ୍ରିୟ ଅଛନ୍ତି।

ଚନ୍ଦ୍ରରେ ଏବେ ସକାଳ ହୋଇସାରିଲାଣି, ସୂର୍ଯ୍ୟଙ୍କ କିରଣ ସମ୍ପୂର୍ଣ୍ଣ ମିଳୁଛି। ତେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭରଙ୍କୁ ପର୍ଯ୍ୟାପ୍ତ ଶକ୍ତି ମିଳି ନାହିଁ। ଚନ୍ଦ୍ରଯାନ-୩ରୁ କିଛି ଇନପୁଟ୍ ମିଳିଛି, ଯାହାର ବୈଜ୍ଞାନିକମାନେ ଏବେ ଗହନ ଯାଞ୍ଚ କରୁଛନ୍ତି। ଗତ ୧୦ ଦିନ ହେଲା ଲୋଭର ଓ ଲ୍ୟାଣ୍ଡରରୁ ମିଳିଥିବା ଡାଟାର ଆନାଲିସିସ୍ କରାଯାଉଛି। ଏହି ସମୟରେ ପ୍ରଜ୍ଞାନ ରୋଭର ୧୦୫ ମିଟର ପର୍ଯ୍ୟନ୍ତ ମୁଭମେଣ୍ଟ କରିଥିଲା। ପ୍ରଜ୍ଞାନ ରୋଭରରୁ ମିଳିଥିବା ତଥ୍ୟର ମଧ୍ୟ ସମୀକ୍ଷା କରାଯାଉଛି। ଏଥିରେ ଚନ୍ଦ୍ରର ଭୂମିକୁ ବିଶ୍ଲେଷଣ କରାଯାଉଛି। ଯାହା ଦ୍ୱାରା ମାଇନିଂ, ପାଣିର ସ୍ଥିତି ଓ ମାନବ ଜୀବନର ସମ୍ଭାବନା ସମ୍ପର୍କରେ ଜଣାପଡିବ।

ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଏପର୍ଯ୍ୟନ୍ତ ସ୍ଲିପ୍ ମୋଡରେ ଅଛନ୍ତି। ଏହି ସମୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ବିଯୁକ୍ତ ୧୨୦ ଡିଗ୍ରିରୁ ୨୨୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ଏତେ କମ୍‌ ତାପମାତ୍ରାରେ ସାଧାରଣତଃ ଯନ୍ତ୍ରର ସର୍କିଟ ବିଗିଡିବାର ସମ୍ଭାବନା ଥାଏ। ତେବେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଉପରେ ବିଯୁକ୍ତ ତାପମାତ୍ରାର କେତେମାତ୍ରାରେ ପ୍ରଭାବ ପଡିଛି ତାହା ଚନ୍ଦ୍ରଯାନ-୩ ସ୍ଲିପ୍ ମୋଡରୁ ବାହାରକୁ ଆସିବା ପରେ ହିଁ ଜଣାପଡିବ।

ତେବେ ଶୁକ୍ରବାର ପ୍ରତ୍ୟୁଷରୁ ୟୁରୋପୀୟ ସ୍ପେସ୍‌ ଏଜେନ୍ସୀ (ଇଏସଏ)ଙ୍କ କୋରୋଉ ମହାକାଶ କେନ୍ଦ୍ର ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମକୁ ଲଗାତାର ବାର୍ତ୍ତା ଦେଇଥିଲା। ତେବେ ଲ୍ୟାଣ୍ଡରରୁ କମ୍‌ଜୋର ଜବାବ ମିଳୁଥିଲା। ଅର୍ଥାତ ଲ୍ୟାଣ୍ଡରରୁ ଯେଉଁପ୍ରକାରର ଶକ୍ତିଶାଳୀ ରେଡିଓ ଫ୍ରିକ୍ୱେନ୍ସି ମିଳିବା କଥା ତାହା ମିଳୁନଥିଲା।  

ଆଷ୍ଟ୍ରୋନମର ସ୍କଟ ଟାଇଲି ପ୍ରତ୍ୟୁଷରେ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ କୋରୋଉ ଚନ୍ଦ୍ରଯାନ-୩ ସମ୍ପର୍କରେ ଆସିଥିବାର ଉଲ୍ଲେଖ କରିଥିଲେ। ଏଥିରେ ସେ ସଠିକ ଫ୍ରିକ୍ୱେନ୍ସିରେ ବାର୍ତ୍ତା ପଠାଉଥିବାର ଉଲ୍ଲେଖ କରିଥିବା ବେଳେ ଚନ୍ଦ୍ରଯାନ ଲଗାତାର ଅନ୍ ଅଫ୍ ସିଗ୍ନାଲ ପଠାଉଥିବା ସୂଚିତ କରିଥିଲେ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...