AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ

COASTAL NEWS ODIA 940

ପାକିସ୍ତାନର ବେଲୁଚିସ୍ତାନରେ  ଭୟଙ୍କର ବିସ୍ଫୋରଣ 



ବେଲୁଚିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପାକିସ୍ତାନର ବେଲୁଚିସ୍ତାନରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍‌ ନିକଟରେ ଇଦ ପର୍ବ ପାଳନ ନିମନ୍ତେ ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣରେ ଜଣେ ଡିଏସ୍‌ପିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ପ୍ରପେଟ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ ମାସ୍ତୁଙ୍ଗ ଜିଲ୍ଲାର ଅଲ- ଫଲାହ ମସଜିଦ ନିକଟରେ ଆଜି ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରା ବାହାରୁଥିବା ବେଳେ ଉକ୍ତ ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିବା ବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଲା। ବିସ୍ଫୋରଣ ପରେ ଚାରିଆଡ଼େ ମୃତଦେହ ପଡ଼ିଥିବା ବେଳେ ଗୁରୁତରମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲେ।

ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରିଛନ୍ତି। ଏକସଙ୍ଗେ ବହୁ ରୋଗୀଙ୍କୁ ଭର୍ତ୍ତି କରାଯାଉଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା କମ୍‌ ପଡ଼ି ଯାଉଛି। ଫଳରେ ଆଖପାଖ ହସ୍ପିଟାଲରେ ଆପାତ୍ତକାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ସମସ୍ତ ଷ୍ଟାଫଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଯାବତ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି। ଏହା ପଛରେ ପାକିସ୍ତାନୀ ତାଲିବାନ (TTP) ର ହାତ ଥିବା କୁହାଯାଉଥିବା ବେଳେ ଉକ୍ତ ସଙ୍ଗଠନ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପାକିସ୍ତାନର ଅନ୍ତରୀଣ ଗୃହ ମନ୍ତ୍ରୀ ସରଫରାଜ ଅହମଦ ବୁଗତୀ ଘଟଣାର ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...