AFFILIATE MARKETING

https://binomo.com?a=90810425bb57&t=0

Saturday, September 30, 2023

ଯୋଡ଼ା ପୌରପାଳିକା ଖାଲଖମା ରାସ୍ତା, ଲୋକେ ହୀନସ୍ତା

COASTAL NEWS ODIA 953

ଯୋଡ଼ା ପୌରପାଳିକା ଖାଲଖମା ରାସ୍ତା, ଲୋକେ ହୀନସ୍ତା

 

ଯୋଡା,୩୦ା୯ - ଭଞ୍ଜ ବିହାରୀ ମହାନ୍ତି - କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ପୌର ପାଳିକା କୌଣସି ପଦକ୍ଷେପ ନେଉନାହିଁ। ଫଳ ରେ ୫ନଂ. ୱାର୍ଡବାସୀ ପାଣି କାଦୁଅରେ ଯାତାୟାତ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଦୀର୍ଘବର୍ଷ ହେବ ଉକ୍ତ ରାସ୍ତା ମରାମତି କରାଯାଇ ନ ଥିବାରୁ କଂକ୍ରିଟ୍‌ ସମ୍ପୂର୍ଣ୍ଣ ଉଠିଯାଇଛି। ଫଳରେ ଖାଲଖମା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି। ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍‌ ବ୍ୟବସ୍ଥା ନ ଥିବାରୁ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଲକ୍ଷ୍ମୀମନ୍ଦିର ସମ୍ମୁଖରେ କାଦୁଅ ଓ ପାଣି ଜମି ରହୁଥିବାରୁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ କାଦୁଅ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। 

ସହର ଓ ନଗର ଉନ୍ନୟନ ବିଭାଗ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଯୋଡ଼ା ସହରରେ ଏହାର ବ୍ୟତିକ୍ରମ ଘଟିଛି। ଲୋକେ ସେହି ପୁରୁଣା ମାଟି ରାସ୍ତା ଉପରେ ନିର୍ଭର କରୁଛନ୍ତି। ରାସ୍ତାରେ କଂକ୍ରିଟ କିମ୍ବା ପେଭର୍‌ ବ୍ଲକ୍‌ କରିବା ସହ ଡ୍ରେନ୍‌ ନିର୍ମାଣ ପାଇଁ ୱାର୍ଡବାସୀ ଦାବି କରିଛନ୍ତି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...