AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

୫୩ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

COASTAL NEWS Odia 925

୫୩ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ




ନୂଆଦିଲ୍ଲୀ - ଆତଙ୍କବାଦୀ, ଗ୍ୟାଙ୍ଗ୍‌ଷ୍ଟର ଓ ଡ୍ରଗ୍ଧ ଚାଲାଣକାରୀଙ୍କ ଅସାଧୁ ମେଣ୍ଟ ଉପରେ ବୁଧବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୫ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୫ଟି ସ୍ଥାନରେ ଏହି ଫେଡେରାଲ ଏଜେନ୍ସି ଚଢ଼ାଉ କରିଛି।

ତାଲିକାଭୁକ୍ତ ଆତଙ୍କବାଦୀ ଅର୍ଶ ଦଲ୍ଲାଙ୍କ ସହଯୋଗୀ ଓ ଅନେକ ଦୁର୍ଘ୍ୟନ୍ତ ଗ୍ୟାଙ୍ଗ୍‌ଷ୍ଟରଙ୍କ ବିରୋଧରେ ଚାଲିଥିବା ମାମଲାର ଖୋଳତାଡ଼ ପାଇଁ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଚଢ଼ାଉ ବେଳେ ବନ୍ଧୁକ, ଅନ୍ୟ ଅସ୍ତ୍ରଶସ୍ତ୍ର, ଡିଜିଟାଲ ଉପକରଣ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଏହି ଗ୍ୟାଙ୍ଗ୍‌ଷ୍ଟରମାନେ ପାକିସ୍ତାନ, ୟୁଏଇ, କାନାଡା, ପର୍ତ୍ତୁଗାଲ ସମେତ ଆଉ କେତେକ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସହ ଯୋଗସୂତ୍ରରେ ରହି ଡ୍ରଗ୍ଧ ଚାଲାଣ କରୁଥିଲେ ବୋଲି ଜଣେ ଏନ୍‌ଆଇଏ ଅଧିକାରୀ ସୂଚନା ଦେଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...