AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଅଭିଯୋଗ

COASTAL NEWS Odia 932

ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଅଭିଯୋଗ



କିଶନନଗର - ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଉଦ୍ୟମ । ଥାନାରେ ହେଲା ଅଭିଯୋଗ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ମୁରକୁଣ୍ଡି ଗ୍ରାମରେ । ମୁରକୁଣ୍ଡି ଗ୍ରାମର ଜଣେ ମହିଳା ମହାନଦୀ ପଠାରେ ପରିବା ତୋଳିବା ସମୟରେ କିଶନନଗର ଥାନା ଗୋଠମୀରା ଗ୍ରାମର ଗେଟମ ଦେହୁରୀ ମହିଳା ଜଣକୁ ଅସଦାଚରଣ କରିବାପାଇଁ ଉଦ୍ୟମ କରିବା ସମୟରେ ମହିଳାଜଣକ ଗୁରୁତର ହୋଇଛନ୍ତି । 

ଗୁରୁତର ଅବସ୍ଥାରେ ପରିବାର ଓ ସ୍ତାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ମେଡିକାଲକୁ ନେଇଥିଲେ । ମହିଳା ଜଣକଙ୍କ ମୁହଁରେ ଆଘାତ ଲାଗିବା ସହ ଦାନ୍ତମଧ୍ୟ ଭାଙ୍ଗି ଗଳି ପଡିଥିବାର ସୂଚନା ମିଳିଛି । ମହିଳା ଜଣକ ପାଟି କରିବାରୁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଁଚି ଗେଟମକୁ ମାଡ଼ ମାରିବା ସହ କାବୁ କରି କିଶନନଗର ପୋଲିସର ଜିମା ଦେଇଥିଲେ । 

କିଶନନଗର ପୋଲିସ ଗେଟମକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି । ସୂଚନାମୁତାବକ ମହିଳା ଜଣକ ଗେଟମ ଦେହୁରୀଙ୍କ ବିରୁଦ୍ଧରେ କିଶନନଗର ଥାନାରେ ଅଭିଯୋଗ ଆଗରୁ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ମହିଳାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...