AFFILIATE MARKETING

https://binomo.com?a=90810425bb57&t=0

Wednesday, September 27, 2023

କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ

COASTAL NEWS Odia 914

 କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ



ବେଙ୍ଗାଲୁରୁ - କର୍ଣ୍ଣାଟକ ଦ୍ବାରା ତାମିଲନାଡୁକୁ କାବେରୀ ଜଳ ଛାଡ଼ିବା ପ୍ରସଙ୍ଗକୁ ବିରୋଧ କରି ଆଜି ବେଙ୍ଗାଲୁରୁରେ ବନ୍ଦ ପାଳନ ହୋଇଛି। କୃଷକ ସଂଗଠନ, ବିରୋଧୀ ଦଳ ଏବଂ କନ୍ନଡ଼ ସମର୍ଥିତ ଗୋଷ୍ଠୀ ମିଳିତ ଭାବେ ଏହି ଆନ୍ଦୋଳନ ଏବଂ ବନ୍ଦ ପାଳନ କରିଛନ୍ତି। କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି କାବେରୀ ନଦୀ ଜଳ ବିବାଦ ଲାଗି ରହିଛି l 

ସିଡବ୍ଲ୍ୟୁଏମ୍ ( କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ) ନିକଟରେ ତାମିଲନାଡୁକୁ ୫୦୦୦ କ୍ୟୁସେକ୍ ଜଳ  ଛାଡ଼ିବାପାଇଁ କର୍ଣ୍ଣାଟକକୁ ନିର୍ଦ୍ଦେଶ ଦେବାପରେ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ବଢ଼ିଛି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ କର୍ଣ୍ଣାଟକ ପ୍ରତିଦିନ ତାମିଲନାଡୁକୁ ୩,୦୦୦ କ୍ୟୁସେକ୍ଳ  ଛାଡ଼ିବାପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। କନ୍ନଡ଼ ସମର୍ଥିତ ସାମାଜିକ କର୍ମୀ ଆଜିର ବନ୍ଦ ପାଳନ ସଫଳ ହୋଇଛି ବୋଲି କହିଛନ୍ତି। 

କର୍ଣ୍ଣାଟକ ଜଳ ସଂରକ୍ଷଣ ସମିତି ମଧ୍ଯ ଆଜିର ବନ୍ଦ ସଫଳ ହୋଇଥିବା କହିଛି। ସମିତି ପକ୍ଷରୁ ସରକାରଙ୍କୁ ୩ ଦିନ ସମୟ ଦିଆଯାଇଛି । ୩ ଦିନ ପରେ ସମିତି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛି। ଆଜିର ବନ୍ଦ ପାଳନ ସମୟରେ ବେଙ୍ଗାଲୁରୁ ପୁଲିସ ଦ୍ଵାରା ୧ ହଜାରରୁ ଅଧିକ ଲୋକ ଅଟକ ରହିଛନ୍ତି। ବେଙ୍ଗାଲୁରୁ ପୁଲିସ କମିସନର ବି ଦୟାନନ୍ଦ କହିଛନ୍ତି, ସମଗ୍ର ସହରରେ  ୧୪୪ ଧାରା ଜାରି ହୋଇଛି ଏବଂ ବିଭିନ୍ନ ଥାନାରେ ୧ ହଜାରରୁ ଅଧିକଲୋକ ଅଟକ ରହିଛନ୍ତି। 

ବନ୍ଦ ପରିପ୍ରେକ୍ଷୀରେ ସହରରେ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଘୋଷଣା କରାଯାଇଥିଲା। ଅଧିକାଂଶ ଘରୋଇ ସ୍କୁଲ୍ ଏବଂ କଲେଜ ସୋମବାର ମଧ୍ୟ ବନ୍ଦ ରହିଥିଲା। ବନ୍ଦ ପାଇଁ ବେଙ୍ଗାଲୁରୁରେ ମେଟ୍ରୋ ସେବା ଓ ସିଟି ବସ୍ ସେବା ମଧ୍ୟ ପ୍ରଭାବିତ ହୋଇନଥିବା ଜଣାପଡ଼ିଛି ।  ଓଲା-ଉବର ସଂଗଠନ ବନ୍ଦ ପାଳନକୁ ସମର୍ଥନ କରିନାହାନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...