AFFILIATE MARKETING

https://binomo.com?a=90810425bb57&t=0

Monday, September 25, 2023

*ପରିବର୍ତ୍ତନର ପଦଧ୍ବନୀ*

COASTAL NEWS Odia 887


*ପରିବର୍ତ୍ତନର ପଦଧ୍ବନୀ*
*ସମସ୍ତ ଙ୍କ ପାଇଁ ସତର୍କ ବାଣୀ*

ଭୁବନେଶ୍ବର - *୧୯୯୮ରେ, କୋଡାକ୍ କମ୍ପାନୀର ୧,୭୦,୦୦୦ କର୍ମଚାରୀ ଥିଲେ ଏବଂ ଏହି କମ୍ପାନୀ ବିଶ୍ଵ ଫଟୋପେପର୍ ବ୍ୟବସାୟର  ୮୫% ଅଂଶ ନିୟନ୍ତ୍ରଣ କରୁଥିଲା। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ସେମାନଙ୍କୁ ଫଟୋ ବଜାରରୁ ଠେଲି ବାହାର କରି ଦେଲା। କୋଡାକ୍ ଦେବାଳିଆ ହୋଇଗଲା ଏବଂ ସେମାନଙ୍କର ସମସ୍ତ କର୍ମଚାରୀ ବୃତ୍ତି ହରେଇଲେ।* 

*HMT ଘଡି, BAJAJ ସ୍କୁଟର୍, Dyenora ଏବଂ Konark ଟେଲିଭିଜନ ସେଟ୍, Phillips, Murphy ଏବଂ Bush ରେଡ଼ିଓ, NOKIA ମୋବାଇଲ୍ ଫୋନ୍, RAJDOOT ଓ ୟେଜଦୀ ମୋଟର୍ ସାଇକେଲ, AMBASSADOR କାର୍ ଇତ୍ୟାଦି ଉତ୍ପାଦର ଗୁଣବତ୍ତାରେ କୌଣସି  କମି ନଥିଲା, ତଥାପି ସେମାନେ ବଜାର ପ୍ରତିଯୋଗିତାରେ ରହି ପାରିଲେନି। କାରଣ କଣ ? କାରଣ ସେମାନେ ସମୟ ସହିତ ତାଳଦେଇ ଚାଲିଲେନି, ନିଜକୁ ପରିବର୍ତ୍ତନ କଲେ ନାହିଁ।*

*ବର୍ତ୍ତମାନ ଏକ ଧାରଣା ଜନ୍ମିଲାଣି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ଵ  ସମ୍ପୂର୍ଣ୍ଣ ରୂପେ ବଦଳିଯିବ ଏବଂ ଆଜି ବିଶ୍ବରେ ଚାଲୁଥିବା ଶିଳ୍ପଗୁଡିକ ମଧ୍ୟରୁ ପ୍ରାୟ ୭୦ ରୁ ୯୦ % ଶିଳ୍ପ ବନ୍ଦ ହୋଇଯିବ। ଏବେ ଚତୁର୍ଥ ଶିଳ୍ପ ବିପ୍ଳବକୁ ସ୍ୱାଗତମ୍।*

*ସମସ୍ତେ ଜାଣନ୍ତି, Uber କେବଳ ଗୋଟେ ସଫ୍ଟୱେର୍। ନିଜର ଗୋଟିଏ ହେଲେ କାର୍ ନଥିଲେ ମଧ୍ୟ ସେ ଦୁନିଆର ସବୁଠୁ ବଡ ଟ୍ୟାକ୍ସି କମ୍ପାନୀ।*

*AirBNB ହେଉଛି ବିଶ୍ଵର ସବୁଠୁ ବଡ ହୋଟେଲ କମ୍ପାନୀ, ଯଦିଓ ସେମାନଙ୍କର ଗୋଟିଏ ବି ନିଜସ୍ୱ ହୋଟେଲ ନାହିଁ। ପେଟିଏମ୍, ଓଲା କ୍ୟାବ୍, ଓୟୋ -ରୁମ୍ ପରି ଅନେକ ଉଦାହରଣ ଆମ ସାମନାରେ ଅଛି।*

*ଆମେରିକାର ଯୁବ ଆଇନଜୀବୀମାନଙ୍କ ପାଇଁ ବର୍ତ୍ତମାନ ଆଉ କୌଣସି କାମ ନାହିଁ, କାରଣ IBM-Watson ନାମକ ଗୋଟିଏ ସଫ୍ଟୱେୟାର୍ ଆପ୍ ତୁରନ୍ତ ଉତ୍ତମ ଆଇନଗତ ପରାମର୍ଶ ଦେଇ ଦେଉଛି। ଆମେରିକୀୟ ଓକିଲମାନଙ୍କ ମଧ୍ୟରୁ ପ୍ରାୟ ୯୯% ଆଇନଜୀବୀ ଆସନ୍ତା ୧୦ ବର୍ଷ ମଧ୍ୟରେ ବେକାର ହେଇଯିବେ। ଯେଉଁ ୧୦% ବାକି ରହିବେ, ସେମାନେ ଅବଶ୍ୟ ସୁପର ସ୍ପେଶାଲିଷ୍ଟ ହେବେ।*

*ଚିକିତ୍ସା ବିଜ୍ଞାନରେ ମଧ୍ୟ ଏକ ବୈପବ୍ଳିକ ପରିବର୍ତ୍ତନର ସୂଚନା ମିଲିଲାଣି। Watson ସଫ୍ଟୱେର୍ ଡାକ୍ତର ମାନଙ୍କ ଅପେକ୍ଷା ୪ ଗୁଣ ଅଧିକ ସଠିକ୍ ରୋଗ ନିର୍ଣ୍ଣୟ କରିପାରିବ। ଏପରିକି ଶତ ପ୍ରତିଶତ ସଠିକତାରେ ହାରରେ କର୍କଟ ରୋଗ ବି ନିର୍ଣ୍ଣୟ କରିବ ଏବଂ ନିଦାନ ଦେବ।* 

*ଅନ୍ ଲାଇନ୍ କ୍ଲାସ୍ ଅଭିଜ୍ଞତା ଏବେବି ମନରୁ ଯାଇନି। ଯଦି ବିଶ୍ବ ସ୍ତରୀୟ ଅଧ୍ୟାପନା ଅନ୍ ଲାଇନ୍ ରେ ମିଳିପାରୁଛି, ତେବେ ବିଦ୍ୟାଳୟ କଣ ଦରକାର ? ଅଧ୍ୟାପକ ଅଧ୍ୟାପିକା କଣ ଦରକାର ?* 

*ଏବେ ଏଇମିତି ଆହୁରି ଅନେକ ପରିବର୍ତ୍ତନର ପୁର୍ବାନୁମାନ କରାଯାଉଛି। ପରିବର୍ତ୍ତନର କାରଣ ହେଉଛି କମ୍ପ୍ୟୁଟର୍। ବିଶେଷଜ୍ଞ ମାନଙ୍କ ମତରେ ୨୦୩୦ ସୁଦ୍ଧା କମ୍ପ୍ୟୁଟର ମାନେ ମାନବ ଅପେକ୍ଷା ଯଥେଷ୍ଟ ଅଧିକ ବୁଦ୍ଧିମାନ ହେବେ, ବିଶ୍ବସ୍ତ ତଥା ଭରସାଯୋଗ୍ୟ ହେବେ।*

*ଆଗାମୀ ୧୦ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ୯୦ ପ୍ରତିଶତ କାର୍ ରାସ୍ତାରୁ ଅଦୃଶ୍ୟ ହୋଇଯିବ। ଯାହା ବି ଥିବ ତାହା ଇଲେକ୍ଟ୍ରିକ୍ କାର୍ କିମ୍ବା ହାଇବ୍ରିଡ୍ ହେବ। ପେଟ୍ରୋଲ୍ ଡିଜେଲ୍ ବ୍ୟବହାର ୯୦% ହ୍ରାସ ପାଇବ। ଏଭଳି ସ୍ଥିତିରେ ପେଟ୍ରୋଲ୍ ର ଡିମାଣ୍ଡ୍ ଆଉ ରହିବନି, ଫଳରେ ତୈଳ ଅର୍ଥନୀତି ହେତୁ ସମୃଦ୍ଧିଶାଳୀ ଆରବ ଦେଶଗୁଡିକ ଦେବାଳିଆ ହୋଇଯିବେ।*

 *Uber ଓ Ola cab ପରି ସଫ୍ଟୱେୟାରରୁ ଆପଣ ଏକ କାର୍ ଅର୍ଡର କରିବେ ଏବଂ କିଛି କ୍ଷଣ ମଧ୍ୟରେ ଡ୍ରାଇଭର୍ ବିହୀନ କାର ଆପଣଙ୍କ ଦ୍ୱାରରେ ପାର୍କିଂ ହେବ। ଯଦି ଆପଣ ଏହାକୁ କାହା ସହିତ ସେୟାର କରନ୍ତି, ତେବେ ସେହି ଇଲେକ୍ଟ୍ରିକ୍ କାର୍ ଆହୁରି ଶସ୍ତା ହେବ।*

*କାରଗୁଡିକ ଡ୍ରାଇଭର୍ ବିହୀନ ହୋଇଥିବାରୁ ୯୯% ଦୁର୍ଘଟଣା କମିଯିବ। ହୁଏତ ଦୁର୍ଘଟଣା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଯାଇ ପାରେ। ଏହା କାର୍ ଇନସୁରାନ୍ସ ନାମକ ବ୍ୟବସାୟକୁ ବନ୍ଦ କରିଦେବ। ଟ୍ରାଫିକ୍ ପୋଲିସ ବ୍ୟବସ୍ଥା ହୁଏତ  ଆସନ୍ତାକାଲି ଦେଖିବାକୁ ନ ମିଳିପାରେ !*

*ଡ୍ରାଇଭର ପରି  କୌଣସି କାମ ପୃଥିବୀରେ ବଞ୍ଚିବ ନାହିଁ। ଯଦି ସହର ଏବଂ ସଡକରୁ ୯୦% କାର ଅଦୃଶ୍ୟ ହୋଇଯାଏ, ତେବେ ଟ୍ରାଫିକ୍ ଏବଂ ପାର୍କିଂ ଭଳି ସମସ୍ୟା ସ୍ୱୟଂକ୍ରିୟ ସମାପ୍ତ ହେବ, କାରଣ ଗୋଟିଏ ଗୋଟିଏ କାର ଆଜି ରାସ୍ତାରେ ଗଡୁଥିବା ୨୦ ଟି କାର୍ ର ଆବଶ୍ୟକତା ତୁଲେଇବ।*

*ସ୍ମରଣଯୋଗ୍ୟ, ୫ ବର୍ଷ କିମ୍ବା ୧୦ ବର୍ଷ ପୂର୍ବେ, ପୃଥିବୀରେ ଏପରି ପୃଷ୍ଠ ନଥିଲା... ଯେଉଁଠାରେ PCO ନଥିଲା। ତା’ପରେ ଯେତେବେଳେ ମୋବାଇଲ୍ ଫୋନ୍ ସମସ୍ତଙ୍କ ପକେଟକୁ ଆସିଲା, PCO ଗୁଡିକ ବନ୍ଦ ହେବା ଆରମ୍ଭ କଲା। ତା’ପରେ ସେସବୁ PCO ବଞ୍ଚିବା ପାଇଁ ଫୋନ୍ ରିଚାର୍ଜ ବିକ୍ରୟ ଆରମ୍ଭ କଲେ। ସେ ମାର୍ଗ ବି ଏବେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି। ଏବେ ଅନଲାଇନ୍ ପରଚେଜ୍, ଅନଲାଇନ୍ ରିଚାର୍ଜ, ଆଉ ଶସ୍ତା ବି।*

*ଆଜିକାଲି ବଜାରରେ ପ୍ରତ୍ୟେକ ତୃତୀୟ ଦୋକାନଟି ଏକ ମୋବାଇଲ୍ ଫୋନ୍ ହେଇଥିବ। ବିକ୍ରୟ, ସେବା, ରିଚାର୍ଜ, ଆସେସୋରିଜ୍, ମରାମତି, ରକ୍ଷଣାବେକ୍ଷଣ ପାଇଁ। ସେ ବ୍ୟବସାୟର ଆୟୁଷ ବି ବେଶି ଦିନ ହେବ ବୋଲି ଭରସା ନାହିଁ।*

*ବର୍ତ୍ତମାନ ପେଟିଏମ୍ ଓ ଫୋନ୍-ପେ ମାଧ୍ୟମରେ ଅର୍ଥ କାରବାର ସମ୍ଭବ ହେଉଛି। ଡିଜିଟାଲ କରେନ୍ସି ର ପ୍ରଚଳନ ମଧ୍ୟ ଆରମ୍ବ ହେଲାଣି। ବ୍ୟାଙ୍କ୍ ଓ ଲକ୍ଷ ଲକ୍ଷ କର୍ମଚାରୀଙ୍କର ଆଉ ଆବଶ୍ୟକତା ନାହିଁ।*

*ବର୍ତ୍ତମାନ ଲୋକମାନେ ନିଜ ଫୋନରୁ ଟ୍ରେନ୍ ଟିକେଟ ବୁକିଂ, ଫ୍ଲାଇଟ୍ ବୁକିଂ, ହୋଟେଲ୍ ବୁକିଂ କରିବା, ଏପରିକି ବ୍ରେକଫାଷ୍ଟ୍, ଲଞ୍ଚ ଡିନର୍ ପାଇଁ ଅର୍ଡର୍ ଦେବା ଆରମ୍ଭ କଲେଣି। ଏ କାରବାର ପୁରୁଣା କାରବାରକୁ ଧୀରେ ଧୀରେ ହତ୍ୟା କରୁଛି।*

*ଏବେ ଦୁନିଆ ବଦଳୁଛି। ବଦଳୁଛି ବହୁତ ଦ୍ରୁତ ଗତିରେ। ଆଖି, କାନ, ନାକ ଖୋଲା ରଖିବାକୁ ହେବ, ନଚେତ୍ ମଣିଷ ସାତ ପଛରେ ରହିଯିବ। ସମୟ ସହିତ ତାଳଦେଇ ନିଜକୁ ପରିବର୍ତ୍ତନ କରିବାକୁ ପଡିବ, ଯୋଗ୍ୟ ହେବାକୁ ହେବ। ନହେଲେ ଆଗକୁ ଆଗକୁ ଘନ ଅନ୍ଧାର। ସାଧୁ ସାବଧାନ।



No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...