AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ

COASTAL NEWS Odia 927

ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ



ଭଦ୍ରକ  – ଭଞ୍ଜ ବିହାରୀ ମହାନ୍ତି - ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ ହୋଇଯାଇଛି ବୋଲି ବାଂଶଡା ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅର୍ନ୍ତଗତ ନଛିବିନ୍ଧା ଗ୍ରାମର ଜୈନିକା ନାବାଳିକା ଗତକାଲି ଟ୍ୟୁସନକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲା । ସଂପୃକ୍ତ ଝିଅର ବାପା ନିଜର ବନ୍ଧୁବାନ୍ଧବ ଙ୍କ ଘରେ ବହୁ ଖୋଜା ଖୋଜି ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । 

କୌଣସି ସୂତ୍ରରୁ ଖବର ପାଇ ଝିଅ ର ବାପା ଜାଣିବାକୁ ପାଇଛନ୍ତି ସେହି ଅଂଚଳର ଏକ ପୁଅ ତାଙ୍କର ନାବାଳିକା ଝିଅକୁ ଜୋର ଜବରଦସ୍ତ ନେଇ ଯାଇଛନ୍ତି । ତୁରନ୍ତ ତାଙ୍କର ନାବାଳିକା ଝିଅକୁ ଉଦ୍ଧାର କରିବାକୁ ସେ ପୁଲିସ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ଏ ନେଇ ବାଂଶଡା ଥାନାଧିକାରୀଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ସଂପୃକ୍ତ ନାବାଳିକାକୁ ଉଧାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...