AFFILIATE MARKETING

https://binomo.com?a=90810425bb57&t=0

Friday, September 22, 2023

ପ୍ରମିଳା ପ୍ରଥମ ମହିଳା ବାଚସ୍ପତି

COASTAL NEWS Odia 852

ପ୍ରମିଳା ପ୍ରଥମ ମହିଳା ବାଚସ୍ପତି


 
ଭୁବନେଶ୍ୱର,୨୨ା୯: (ଭଞ୍ଜ ବିହାରୀ ମହାନ୍ତି.) ପ୍ରଥମ ମହିଳା ବାଚସ୍ପତି ଭାବେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନପତ୍ର ଭରି ନ ଥିବାରୁ ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୃହରେ ଉପବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ବାଚସ୍ପତି ଭାବେ ପ୍ରମିଳା  ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ତଥା ଭାଜପା ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  ଶୁଭେଚ୍ଛା ଜଣାଇଛନ୍ତି।

ପ୍ରମିଳା  ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ଇତିହାସ ସୃଷ୍ଟି ହୋଇଛି। ବିଜେଡି, ଭାଜପା ଏବଂ କଂଗ୍ରେସ ତିନି ଦଳର ସମସ୍ତ ବରିଷ୍ଠ ନେତା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାନୁଯାୟୀ, ପ୍ରମିଳା ୬ଥର ବିଧାୟିକା ହୋଇଛନ୍ତି। ୧୯୯୦ରେ ଜନତା ଦଳ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ସେ ବିଜେଡି ଟିକେଟରେ ୨୦୦୦,୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜୟ ଲାଭ କରିଥିଲେ।

ପୂର୍ବତନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ପଦରୁ ଗୁରୁବାର ଇସ୍ତଫା ଦେଇଥିଲେ। ଏହା ପରେ ସେ ଓଡ଼ିଶା ବିଧାନସଭା ବାଚସ୍ପତି ପଦ ପାଇଁ  ନାମାଙ୍କନପତ୍ର ଦାଖଲ କରିଥିଲେ। ସେପ୍ଟେମ୍ବର ୨୦ରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିଧାନସଭା ବାଚସ୍ପତି ନିର୍ବାଚନ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଓଡ଼ିଶା ବିଧାନସଭା ବାଚସ୍ପତି ପଦ ଖାଲି ପଡ଼ିଥିଲା।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...