AFFILIATE MARKETING

https://binomo.com?a=90810425bb57&t=0

Saturday, September 30, 2023

ପାକିସ୍ତାନରେ ଶକ୍ତିଶାଳୀ ବିସ୍ଫୋରଣ; ୫୭ ମୃତ

COASTAL NEWS ODIA 956

ପାକିସ୍ତାନରେ ଶକ୍ତିଶାଳୀ ବିସ୍ଫୋରଣ; ୫୭ ମୃତ



କରାଚୀ - ପାକିସ୍ତାନର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୫୭ ଜଣଙ୍କ ମୃତ୍ୟୁ ହୋଇଛି। ବେଲୁଚିସ୍ତାନ ଅନ୍ତର୍ଗତ ମସ୍ତଙ୍ଗ ଜିଲାର ଅଲ ଫାଲା ରୋଡ଼ସ୍ଥିତ ମଦିନା ମସଜିଦ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୫୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। 

ଶୁକ୍ରବାର ମସ୍ତିଦ ନିକଟରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଉତ୍ସବ ପାଳନ ସମୟରେ ଆୟୋଜିତ ଶୋଭାଯାତ୍ରାରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ପୁଲିସ ଡିଏସ୍‌ପିଙ୍କ କାର୍‌ ନିକଟରେ ହିଁ ବିସ୍ଫୋରଣ ଘଟିଥିଲା ବୋଲି ଜଣାପଡ଼ିଛି । ଚିକିତ୍ସାଧୀନ କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା
ବଢ଼ିବା ଆଶଙ୍କା ରହିଛି। ସେହିପରି ଖାଇବର ପାଖତୁ ଅନ୍ତର୍ଗତ ହାଙ୍ଗୁ ସହରରେ ଶୁକ୍ରବାର ପ୍ରାର୍ଥନା (ଜୁମା) ଚାଲିଥିବାବେଳେ ଆଉ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୪୦ ଲୋକ ଅଳ୍ପକେ ବର୍ତି ଯାଇଛନ୍ତି ।

ଏହି ଦୁଇ ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି; ତେବେ ଏହା ପଛରେ ଆଇଏସ୍‌ଆଇଏସ୍‌ର ସମ୍ପୃକ୍ତି ଥିବା କୁହାଯାଉଛି । ଗୁରୁବାର ଆତଙ୍କବାଦ ନିରୋଧୀ ପୁଲିସ ଜଣେ ଆଇଏସ୍‌ଆଇଏସ୍ ଆତଙ୍କବାଦୀକୁ ହତ୍ୟା କରିବା ପ୍ରତିବାଦରେ ଏହା ଘଟିଥିବା ପୁଲିସ ସନ୍ଦେହ କରୁଛି ।

ଏଭଳି ଭୟଙ୍କର ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ କୌଣସିମତେ ମୁସଲମାନ କୁହାଯାଇନପାରେ ବୋଲି ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଘଟଣାରେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି। ଦୁଇ ସପ୍ତାହ ପୂର୍ବେ ସେହି ମାସ୍ତୁଙ୍ଗ ଜିଲାରେ ଘଟିଥିବା ଏକ ବିସ୍ଫୋରଣରେ ୧୧ ଜଣ ପ୍ରାଣ ହରାଇଥିଲେ। ୨୦୧୮ରେ ଘଟିଥିବା ଏକ ବିସ୍ଫୋରଣରେ ୧୨୮ ଜଣଙ୍କ ପ୍ରାଣହାନି ଘଟିଥିଲା।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...