AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

COASTAL NEWS ODIA 944

ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ



ବାଙ୍ଗିରିପୋଷି -  ଦୁଆରଶୁଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ସହିତ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଦମ୍ପତ୍ତି ହେଲେ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ରେବତୀ ଦାସ । ତେବେ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ।

ସୂଚନା ଅନୁଯାୟୀ, ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସ କୌଣସି କାମରେ ଏକ ବାଇକ ଯୋଗେ ବାରିପଦା ଅଭିମୁଖେ ଯାଉଥିଲେ ।ପାଖାପାଖୁ ୩.୩୦ ସମୟରେ ଦୁଆରଶୁଣି ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଦମ୍ପତି ଙ୍କ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିବା ଫଳରେ ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁଘଟିଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ରାସ୍ତା ପାର୍ଶ୍ଵ ଗଛକୁ ଧକ୍କା ଦେବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି ।

 ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାଙ୍ଗିରିପୋଷି ମେଡିକାଲକୁ
ପିଠାଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବାଇକ ଏବଂ ଟ୍ରକକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଡ୍ରାଇଭରକୁ ଖୋଜୁଛି ପୋଲିସ । 

ରବିନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବିଶୋଇ ବ୍ଲକ କୋଲନୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଆସନ୍ତାକାଲି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...