AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

COASTAL NEWS ODIA 944

ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ



ବାଙ୍ଗିରିପୋଷି -  ଦୁଆରଶୁଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ସହିତ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଦମ୍ପତ୍ତି ହେଲେ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ରେବତୀ ଦାସ । ତେବେ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ।

ସୂଚନା ଅନୁଯାୟୀ, ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସ କୌଣସି କାମରେ ଏକ ବାଇକ ଯୋଗେ ବାରିପଦା ଅଭିମୁଖେ ଯାଉଥିଲେ ।ପାଖାପାଖୁ ୩.୩୦ ସମୟରେ ଦୁଆରଶୁଣି ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଦମ୍ପତି ଙ୍କ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିବା ଫଳରେ ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁଘଟିଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ରାସ୍ତା ପାର୍ଶ୍ଵ ଗଛକୁ ଧକ୍କା ଦେବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି ।

 ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାଙ୍ଗିରିପୋଷି ମେଡିକାଲକୁ
ପିଠାଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବାଇକ ଏବଂ ଟ୍ରକକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଡ୍ରାଇଭରକୁ ଖୋଜୁଛି ପୋଲିସ । 

ରବିନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବିଶୋଇ ବ୍ଲକ କୋଲନୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଆସନ୍ତାକାଲି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...