AFFILIATE MARKETING

https://binomo.com?a=90810425bb57&t=0

Friday, September 22, 2023

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ

COASTAL NEWS Odia 857

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ :୨୦ ଘଣ୍ଟାରୁ ଅଧିକ ସମୟ ଧରି ଶବକୁ ଘରେ ରଖି ବସିଛନ୍ତି ପରିବାର ଲୋକେ




ରେଢାଖୋଲ : ଭଞ୍ଜ ବିହାରୀ ମହାନ୍ତି - ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିବା ପରେ ବି ପରିବାର ଲୋକେ ମାନିବାକୁ ଅରାଜି । ଗୁଣି ଗାରେଡି ଯୋଗୁ ଅଚେତ୍ ହୋଇଯାଇଥିବା କଥାକୁ ବିଶ୍ୱାସ କରି ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବକୁ ଧରି ଘରେ ବସି ରହିଛନ୍ତି ପରିବାର ଲୋକେ । ଗତକାଲିଠାରୁ ମୃତ ଯୁବକଙ୍କର ଅନ୍ତିମ ସଂସ୍କାର କରୁ ନାହାନ୍ତି ପରିବାର ଲୋକେ । ଜୀବିତ ଥିବା ଭାବି ମୃତଦେହକୁ ଘରେ ରଖିଛନ୍ତି । ଗୁଣିଆ ଝଡ଼ାଫୁଙ୍କା କଲେ ପୁଅ ଜିଇଁ ଉଠିବ ବୋଲି ଏବେ ବି ଆଶା ରଖିଛନ୍ତି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଏନଏସି ୪ନଂ ୱାର୍ଡର ନୂଆସାହିରେ । ମୃତ ଯୁବକ ଜଣଙ୍କ ନାମ ବିରେନ କଅଁର । ବୟସ ପାଖାପାଖି ୨୨ବର୍ଷ ହେବ। ବିରେନଙ୍କ ବାପା ବାହାଦୁର କଅଁରଙ୍କର କିଛି ଦିନ ପୂର୍ବରୁ ପଡୋଶୀ ସୁଶୀଲ ନାୟକଙ୍କ ସହ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ସୁଶୀଲ ଗୁଣିଗାରେଡି କରି ମାରି ଦେବ ବୋଲି କୁଆଡେ ଧମକ ଦେଇଥିଲା । ସୁଶୀଲ ଧମକ ଦେବାର ୧୫ ଦିନ ଭିତରେ ପୁଅ ବିରେନଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇଥିଲେ । 
ହେଲେ ବିରେନଙ୍କ ଦେହ ଭଲ ହୋଇ ନଥିଲା । ଶେଷରେ ଗତକାଲି ବିରେନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ପରିବାର ଲୋକେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ବିରେନଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଗତକାଲି ଦିନ ୨ଟାରୁ ଏପର୍ଯ୍ୟନ୍ତ ମୃତଦେହକୁ ପରିବାର ଲୋକେ ଘରେ ସେମିତି ରଖିଛନ୍ତି । ପୁଅକୁ ଗୁଣି କରାଯାଇଛି, ସେ ମରି ନାହିଁ, ତାର ନାଡ଼ି ଚାଲୁଛି ବୋଲି କହୁଛନ୍ତି ପରିବାର ଲୋକେ । ଯିଏ ଗୁଣି କରିଛି ସେ ଆସିଲେ ପୁଅ ଜିଇଁ ଉଠିବ ବୋଲି ପରିବାର ଲୋକେ ଆଶା ବାନ୍ଧି ରଖିଛନ୍ତି । 

ଏପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛି । ତେବେ ମଣିଷ ଚନ୍ଦ୍ରପୃଷ୍ଠକୁ ଗଲାଣି । ହେଲେ ମଣିଷ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ଏଯାଏ ବି ବାହାରି ପାରୁନାହିଁ । ଯାହା ପରିତାପର ବିଷୟ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...