AFFILIATE MARKETING

https://binomo.com?a=90810425bb57&t=0

Tuesday, September 26, 2023

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

COASTAL NEWS Odia 901

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ



ଗଜପତି  : ଭଞ୍ଜ ବିହାରୀ ମହାନ୍ତି - ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ଜବତ କରି ଅଧିକ ଖୋଳତାଡ କରୁଛି ଅଡବା ଥାନା ପୋଲିସ ।

ସୂଚନା ପ୍ରକାରେ ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଳିକ ଗୁଣି କରି ଲୋକଙ୍କୁ ମାରୁଥିବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ ଫେବୃଆରୀ ମାସରେ ତାଙ୍କୁ ଗୁଳି ମାଡ଼ କରିଥିଲେ କିଛି ଲୋକ । ଚିକିତ୍ସା ହୋଇ ସୁସ୍ଥ ହେବାପରେ ଅଡବାରେ ରହୁଥିଲେ କପିଳେନ୍ଦ୍ର ଏବଂ ତାଙ୍କ ପରିବାର। ଗତ ପାଞ୍ଚ ମାସ ଧରି କପିଳେନ୍ଦ୍ର ପରିବାର ସହ ଘୋଡାପଙ୍କା ଗ୍ରାମରେ ରହୁଥିଲେ ।

ତେଵେ ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ କପିଳେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କୌଣସି ପ୍ରକାରେ ଘଟଣା ସ୍ଥଳରୁ ଖସି ଆସିଥିଲେ ସ୍ତ୍ରୀ ଶଶୀତା । ଘୋଡ଼ାପଙ୍କା ଉପର ସାହିରେ ଶଶୀତାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । 

ତେଵେ ଘଟଣା ସମ୍ପର୍କରେ ଦାମଦୁଆ ସରପଞ୍ଚଙ୍କ ସ୍ୱାମୀ ଅବଗତ ଥିବା କହିଛନ୍ତି ଗ୍ରାମବାସୀ । ତେଵେ ଏନେଇ ଗ୍ରାମବାସୀ କୌଣସି ସଠିକ ତଥ୍ୟ ଦେଉନଥିବା ବେଳେ ଅଡବା ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...