AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଜାନୁଆରି ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହେବ

COASTAL NEWS Odia 916

ଜାନୁଆରି ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ହେବ 




ନୂଆଦିଲ୍ଲୀ, ୨୬/୯: ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିର ତଳ ମହଲାର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସମ୍ପନ୍ନ ହେବ ଏବଂ ଆସନ୍ତାବର୍ଷ ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ହେବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। 

ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଜାନୁଆରି ୨୦ରୁ ୨୪ ମଧ୍ୟରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ଆଶା କରାଯାଉଛି। ତେବେ ଅନ୍ତିମ ତାରିଖଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ସୂଚିତ କରାଯାଇ ନାହିଁ । 

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ମନ୍ଦିର ଚୂଡ଼ାରେ ଏପରି ଏକ ଜିନିଷ ଲଗାଯିବ, ଯାହାଦ୍ଵାରା ପ୍ରତିବର୍ଷ ରାମନବମୀ ଦିନ ଶ୍ରୀବିଗ୍ରହଙ୍କ କପାଳରେ ସୂର୍ଯ୍ୟକିରଣ ପଡ଼ିବ। ବେଙ୍ଗାଲୁରୁରେ ଏହା ନିର୍ମାଣ କରାଯାଉଛି ଏବଂ ବୈଜ୍ଞାନିକମାନେ ତାହାର ତଦାରଖ କରୁଛନ୍ତି। ଏଥିପାଇଁ ସେଣ୍ଟ୍ରାଲ ବିଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍, ରୁରକି ଏବଂ ପୁଣେର ଏକ ପ୍ରତିଷ୍ଠାନ କମ୍ପ୍ୟୁଟରୀକୃତ ପ୍ରୋଗ୍ରାମ୍ ତିଆରି କରିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ୨୦୧୯ର ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରଶସ୍ତ ହୋଇଥିଲା

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...