AFFILIATE MARKETING

https://binomo.com?a=90810425bb57&t=0

Thursday, September 28, 2023

ଅଜା ନାତୁଣୀର ସମ୍ପର୍କ ଯୋଡି ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆବଦ୍ଧ ଘରେ ରଖି ବଳାତ୍କାର ଅଭିଯୋଗ

COASTAL NEWS ODIA 934

ଅଜା ନାତୁଣୀର ସମ୍ପର୍କ ଯୋଡି ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆବଦ୍ଧ ଘରେ ରଖି ବଳାତ୍କାର ଅଭିଯୋଗ 



କନ୍ଧମାଳ - ଭଞ୍ଜ ବିହାରୀ ମହାନ୍ତି - ଅଜବ ଏ ଦୁନିଆ! ଅଜବ ଏ ସମ୍ପର୍କ! କିଛି ଛାଡ଼ିଲେନି। ଅଜା ନାତୁଣୀର ସମ୍ପର୍କକୁ କଳଙ୍କିତ କରିଦେଲେ। କଲେଜ ଯାଉଥିବା ନାବାଳିକାକୁ ନାତୁଣୀ ବୋଲି କହି ଡାକିନେଲା। ମେଡ଼ିସିନ୍‌ ଖୁଆଇ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଲା ଅଜା। ଦିନେ କି ଦୁଇ ଦିନ ନୁହେଁ, ଲଗାତର ଭାବେ ୧୦ ଦିନ ଧରି ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲା। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

କୋଟଗଡ଼ ଅଞ୍ଚଳରେ ଏକ ଘରୋଇ କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି ରୀମା(ଛଦ୍ମନାମ)। ପ୍ରତିଦିନ କଲେଜ ଯିବା ଆସିବା ବେଳେ ନକୂଳ ପରାସେଠ ନାମକ ଜଣେ ବ୍ୟକ୍ତି ତାଙ୍କୁ ନାତୁଣୀ ବୋଲି ଡାକି ଥଟା ମଜା କରନ୍ତି। ରୀମା ସେଥିପ୍ରତି ବିଶେଷ ଧ୍ୟାନ ନଦେଇ କେବଳ ହସିଦେଇ କଲେଜ ପଳାଇ ଯାଆନ୍ତି। ରୀମାଙ୍କ ସେହି ହସରେ ଫିଦା ହୋଇଯାଇଥିଲେ ନକୂଳ। ଦିନେ ରୀମାଙ୍କୁ ବଳପୂର୍ବକ ବସ୍‌ରେ ବସାଇ ନେଇଥିଲେ। ସେହି ସମୟରେ ସେ ଧମକଚମକ ଦେଇଥିବାରୁ ଭୟରେ ଚୁପ୍‌ରେ ରହିଥିଲା।

ରୀମାଙ୍କୁ ନକୂଳ ବ୍ରହ୍ମପୁର ନେଇଯାଇଥିଲା। ସେଠାରେ ଗୋଟିଏ ନିଛାଟିଆ ଘରେ ଦଶ ଦିନ ଧରି ରଖିଥିଲା। ସେହିଠାରେ ନାବାଳିକାଙ୍କ ସହିତ ସେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖୁଥିଲା। ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଗରମ ପାଣିରେ ଗୋଟିଏ ମେଡିସିନ୍‌ ଖାଇବାକୁ ଦେଉଥିଲା। ମେଡିସିନ୍‌ ନଖାଇଲେ ଧମକଚମକ ଦେଉଥିଲା। ମାଡ଼ ମାରୁଥିଲା। ତେଣୁ ଜୀବନ ବିକଳରେ ରୀମା ମେଡିସିନ୍‌ ଖାଇବାକୁ ବାଧ୍ୟ ହେଉଥିଲେ। ତା’ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା ନକୂଳ। ଆଉ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସେ ହାତ ମାରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସେପଟେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ନକୂଳ ଘରକୁ ଯାଇଥିଲା। ଆଉ ତାଙ୍କ ପରିବାର ଲୋକଙ୍କୁ ଜେରା କରିଥିଲା। ପୁଲିସ୍‌ ଗଲା ପରେ ପରିବାର ଲୋକେ ଏନେଇ ନକୂଳକୁ ଫୋନ୍‌କରି କହିଥିଲେ। ଏହାପରେ ଅର୍ଥାତ ଗତ ୧୭ ତାରିଖରେ ରୀମାଙ୍କୁ ବସ୍‌ରେ ବସାଇ ଚମ୍ପଟ ମାରିଲା ନକୂଳ।

ପୀଡ଼ିତା ନାବାଳିକାଟି ବାଲିଗୁଡ଼ାରୁ କୌଣସି ପ୍ରକାରେ ନିଜ ଘର ଲୋକଙ୍କୁ ଫୋନ କରି ଘଟଣା ବାବଦରେ ଜଣାଇଥିଲେ। ପରିବାର ଲୋକ ଯାଇ ତାକୁ ବାଲିଗୁଡ଼ାରୁ ନିଜ ଘରକୁ ଆଣିଥିଲେ। ତା’ପରେ ପୀଡ଼ିତା କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ୧୧୬/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ନକୂଳକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ।

No comments:

COASTAL NEWS

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବିଧାନସଭାରେ ଦରମା ଓ ଭତ୍ତା ବିଲ୍‌ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବୃଦ୍ଧି ଭୁବନେଶ...