AFFILIATE MARKETING

https://binomo.com?a=90810425bb57&t=0

Thursday, April 27, 2023

ଜମ୍ମୁରେ ସେନା ଟ୍ରକ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା; ଶହୀଦ ହେଲେ ଜଣେ ଓଡ଼ିଆ ଯବାନ୍‌--

ଜମ୍ମୁରେ ସେନା ଟ୍ରକ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା; ଶହୀଦ ହେଲେ ଜଣେ ଓଡ଼ିଆ ଯବାନ୍‌---

-- ଜମ୍ମୁ-କାଶ୍ମୀରରେ ଜଳିଗଲା ସେନା ଟ୍ରକ୍‌। ୫ ଯବାନ ସହିଦ୍‌। ଏହି ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍‌ ସାମିଲ୍‌ ଅଛନ୍ତି। ଶହୀଦ ହୋଇଥିବା ଯବାନଙ୍କ ପରିଚୟ ଦେବାଶିଷ ବିଶ୍ୱାଳ। ସେ ପୁରୀର ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହି ବାସିନ୍ଦା ବୋଲି ଜଣାପଡ଼ିଛି। ଦେବାଶିଷଙ୍କ ବାପା ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳ। ଦେବାଶିଷଙ୍କର ଏକ ୭ ମାସର  ଶିଶୁ କନ୍ୟା ଓ ପତ୍ନୀ ଅଛନ୍ତି।
ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍‌ ପାଇଁ ସେଠାରେ ମୁତୟନ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏପରି ଦୁର୍ଘଟଣା ହୋଇଥିବା ସେନା ବିଭାଗ ସନ୍ଦେହ କରାଯାଇଛି।
ସୂଚନାଥାଉକି, ଜମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଭୀମବେର୍‌ ଗଲି ଏବଂ ପୁଞ୍ଚ ମଧ୍ୟରେ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଭିଜିବିଲିଟି କମ୍‌ ଥିଲା, ଯାହାର ଫାଇଦା ନେଇ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି ବୋଲି ସେନାଧିକାରୀ କହିଛନ୍ତି। ଶହୀଦ ୫ ଯବାନ୍‌ କାଉଣ୍ଟର ଟେରରିଜିମ୍‌ ଅପରେସନରେ ମୁତୟନ ହୋଇଥିଲେ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...