AFFILIATE MARKETING

https://binomo.com?a=90810425bb57&t=0

Thursday, April 27, 2023

ଭୂତ ଚଳାଉଛି ସାଇକେଲ ବିଏମସି ନେଉଛି ଟଙ୍କା

ସ୍କାନ ହେଉଛି, ଟଙ୍କା ବି କଟୁଛି, ଖୋଲୁନି ତାଲା...

-- ରାଜଧାନୀର ମୋ ସାଇକେଲର ପରିଚୟ ଏବେ ଭଙ୍ଗା ଦଦରା ଖତଖୁଆ ସାଇଲେକରେ ସୀମିତ । ଏବେ କିନ୍ତୁ ମୋ ସାଇକେଲର ଅଲୋଡ଼ା ଭାଗ୍ୟରେ ଆଉ ଏକ ଅପବାଦ ଯୋଡ଼ି ହୋଇଛି ।  କେମିତି ସାଇକେଲକୁ ଭୂତ ଚଲାଉଛି ପଢନ୍ତୁ ପୂରା କାହାଣୀ । ଜଣେ ବ୍ୟକ୍ତି ମୋ ସାଇକେଲ ଚଲାଇବା ପାଇଁ ଆପ ଜରିଆରେ ସ୍କାନ କଲେ, ସ୍କାନ ବି ହେଲା । ମୋ ସାଇକେଲ ଚଳାଇବା ପାଇଁ ଉଦ୍ଦିଷ୍ଟ ଟଙ୍କା ବି କଟିଲା । ହେଲେ ସାଇକେଲର ତାଲା ଖୋଲିଲାନି । ଯାହାଫଳରେ ମୋ ସାଇକେଲରେ ସ୍ବର୍ଗୀୟ ସୁଖ ନେବାରୁ ବଞ୍ଚିତ ହେଲେ ବ୍ୟକ୍ତି ଜଣକ । ଅନ୍ୟପଟେ କିନ୍ତୁ 2 ମିନିଟ ଧରି ଜିପିଏସରେ କଳିଙ୍ଗ ଷ୍ଟାଡିୟମରୁ ଜୟଦେବ ବିହାର ପର୍ଯ୍ୟନ୍ତ ବୁଲୁଥିଲା ସାଇକେଲଟି । 

-କୋମାରେ `ମୋ ସାଇକେଲ'

ଗତ 16 ଫେବୃଆରୀ 2023 ରେ ବିଏମସି କମିଶନର ନିଜେ ପ୍ରତିକ୍ରିୟା ରଖି କହିଥିଲେ ଯେ ମୋ ସାଇକେଲର ବ୍ୟବସ୍ଥା କରାଯାଇଛି, କିଛି ମୋ ସାଇକେଲକୁ ସଜଡ଼ା ଯିବ କିଛି ମୋ ସାଇକେଲକୁ ବସ୍ତି ପିଲାଙ୍କୁ ଦିଆଯିବ । କେଉଁ ବସ୍ତି ପିଲା ସଇକେଲ ପାଇବା ପାଇଁ ଯୋଗ୍ୟ ତାକୁ ନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଉଛି । ଆଗରୁ ମୋ ସାଇକେଲ ଖତ ଖାଉଥିଲା, ହେଲେ ଏବେ ଆଉ ଏକ ଭିନ୍ନ ଘଟଣା ସମ୍ନାକୁ ଆସିଛି । ତେବେ ସାଇଲେକ ଚାଲୁନି ହେଲେ ଟଙ୍କା କେମିତି କଟୁଛି ତାକୁ ନେଉ ଉଠୁଛି ପ୍ରଶ୍ନ । ଏପଟେ ଆଉ କେତେ ଦିନ ଏମିତି ମୋ ସାଇକେଲ ପଡି ରହିବ, ତାହା ସମୟ ହିଁ କହିବ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...