AFFILIATE MARKETING

https://binomo.com?a=90810425bb57&t=0

Friday, April 28, 2023

ଆଦିବାସୀ ହଷ୍ଟେଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, କଥା ନ ମାନିଲେ ମାଡ଼ ମାରିବାକୁ ମିଳୁଛି ଧମକ---

ଆଦିବାସୀ ହଷ୍ଟେଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, କଥା ନ ମାନିଲେ ମାଡ଼ ମାରିବାକୁ ମିଳୁଛି ଧମକ---

କଳାହାଣ୍ଡି : ଆଦିବାସୀ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ସାଂଘାତିକ ଅଭିଯୋଗ । ହଷ୍ଟେଲରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ କଥା ନ ମାନିଲେ ତାଙ୍କୁ ମାଡ଼ ମାରିବା ପାଇଁ ଦିଆଯାଉଛି ଧମକ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ଉଚ୍ଚ ବିଦ୍ୟାଳୟଠାରେ ଆଦିବାସୀ ଝିଅମାନଙ୍କ ପାଇଁ ଏକ ହଷ୍ଟେଲ ରହିଛି । ଏହି ହଷ୍ଟେଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ ଜଣ ଆଦିବାସୀ ଝିଅ ରହି ପାଠ ପଢୁଛନ୍ତି । ସରକାରଙ୍କ ତରଫରୁ ସୁବିଧାରେ ସେମାନଙ୍କ ରହିବା ଖାଇବା ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରାଯାଇଛି । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସେହି ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଥିବା ଦେଖା ଦେଇଛି ।

ହଷ୍ଟେଲରେ ଛାତ୍ରୀମାନଙ୍କୁ ପୋକ ସାଲୁବାଲୁ ଖାଦ୍ୟ ଦିଆଯାଉଥିବା ବେଳେ ଖାଇବା ପାଇଁ ମନା କଲେ ମିଳୁଛି ଅଶ୍ଳୀଳ ଭାଷାରେ ଗାଳି । ସେହି ହଷ୍ଟେଲରେ ପାଚିକା ଭାବରେ କାର୍ଯ୍ୟ କରୁଥିବା ଭାନୁମତି ମାଝୀ ଜଣେ ବିଧବା । ଉକ୍ତ ସ୍କୁଲର ପୂର୍ବତନ ଖେଳ ଶିକ୍ଷକଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିବା କଥା ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ଜାଣିଛନ୍ତି । ସେହି ପୂର୍ବତନ ଖେଳ ଶିକ୍ଷକଙ୍କ ସହ ମିଶି ପାଚିକା ଜଣକ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ କଥା ନ ମାନିଲେ ଖେଳ ଶିକ୍ଷକଙ୍କୁ କହି ତାଙ୍କୁ ମାଡ଼ ମାରିବେ ବୋଲି ଧମକ ମଧ୍ୟ ଦେଉଥିବା ଛାତ୍ରୀମାନେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ।

ଛାତ୍ରୀମାନଙ୍କ ସାମ୍ନାରେ ପାଚିକା ଜଣକ ଉଲଗ୍ନ ହୋଇ ଖେଳ ଶିକ୍ଷକଙ୍କୁ ଭିଡିଓ କଲ କରି କଥା ହେଉଥିବା ଛାତ୍ରୀମାନେ କହିଛନ୍ତି । ଛାତ୍ରୀମାନେ ସୋଇଥିବା ଅବସ୍ଥାରେ ପାଚିକା ଜଣଙ୍କ ହଷ୍ଟେଲ ଭିତରକୁ ଯାଇ ସେଠାରୁ ଅନେକ ଯୁବକଙ୍କୁ ଭିଡିଓ କଲ୍ କରି ଛାତ୍ରୀମାନଙ୍କ ଶୋଇବା ଅବସ୍ଥାରେ ଦେଖାଉଥିବା ଏବଂ ଏ ଭିତରୁ ଯେଉଁ ଝିଅକୁ ପସନ୍ଦ କରୁଛ ଆସ ତା ସାଙ୍ଗରେ ଶୋଇବ ବୋଲି କହି ପୁରୁଷମାନଙ୍କୁ ହଷ୍ଟେଲକୁ ଡାକୁଥିବା ଛାତ୍ରୀମାନେ ନିଜେ କହିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣୁନଥିବା ଏବଂ ସବୁ କଥାକୁ ଅଣଦେଖା କରୁଥିବା ଦେଖାଯାଇଛି । ଉକ୍ତ ହଷ୍ଟେଲଟି ଡିଡବ୍ଲୁଡିଙ୍କ ଅଧୀନରେ ଥିବାବେଳେ ଡିଡବ୍ଲୁଓଙ୍କ ପାଖରେ ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଥିବା ବେଳେ ସେ ମଧ୍ୟ କିଛି ପଦକ୍ଷେପ ନ ନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...