AFFILIATE MARKETING

https://binomo.com?a=90810425bb57&t=0

Monday, September 1, 2025

ଚୀନରୁ ଫେରିବା ପରେ ତୁରନ୍ତ ଭଗବନ୍ତ ମାନଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ଓ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ

ନୂଆଦିଲ୍ଲୀ, ୧/୯: ଚୀନରେ SCO ସମ୍ମିଳନୀରେ ଯୋଗ ଦେବା ପରେ ନୂଆଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୁରନ୍ତ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଫୋନ୍ କରି କଥା ହୋଇଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏବଂ ସମସ୍ତ ପ୍ରକାରର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଉଭୟଙ୍କ ସହ କଥା ହୋଇଥିଲେ।

ସୂଚନାଯୋଗ୍ୟ, ବନ୍ୟା ଯୋଗୁଁ ପଞ୍ଜାବର ଅନେକ ଗାଁରେ ପ୍ରବଳ କ୍ଷୟକ୍ଷତି ହୋଇଛି। ସତଲେଜ୍, ବ୍ୟାସ ଏବଂ ରବି ନଦୀ ଫୁଲିବା ଯୋଗୁଁ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ଅତି କମରେ ୨୯ ଜଣଙ୍କ ଜୀବନ ଯାଇଛି। ୧୦୦୦ ରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି।

ସରକାରୀ ତଥ୍ୟ ଅନୁଯାୟୀ, ମୋଟ ୧୩୧୨ଟି ଗାଁ ପ୍ରଭାବିତ ହୋଇଛି, ଅତି କମରେ ୬,୫୮୨ ଜଣଙ୍କୁ ୧୨୨ଟି ରିଲିଫ୍ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏନଡିଆରଏଫ, ସେନା, ବିଏସଏଫ ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଜଳମଗ୍ନ ଅଞ୍ଚଳରୁ ୧୪,୯୩୬ ଜଣଙ୍କୁ ଉଦ୍ଧାର କରିଛନ୍ତି। ଡ୍ରୋନ ସହାୟତାରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...