AFFILIATE MARKETING

https://binomo.com?a=90810425bb57&t=0

Monday, September 1, 2025

ଆଫଗାନିସ୍ତାନ ଭୂମିକମ୍ପ: ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଆଶଙ୍କା। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଛନ୍ତି

ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ

କାବୁଲ, ୧/୯: ଆଫଗାନିସ୍ତାନରେ ତାଣ୍ଡବ ରଚିଛି ଭୟଙ୍କର ଭୂମିକମ୍ପ। ତାଲିବାନ ପରିଚାଳିତ ଗୃହ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ପୂର୍ବ ଆଫଗାନିସ୍ତାନରେ ଗତ କାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ଏଯାବତ୍ ଅତି କମରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅତି କମରେ ୪୦୦ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରବିବାର ରାତି ୧୧.୪୭(ସ୍ଥାନୀୟ ସମୟ)ରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଉତ୍ତର ଭାରତ ଓ ଦିଲ୍ଲୀ ସହିତ ପାକିସ୍ତାନର ଇସଲାସାବାଦରେ ମଧ୍ୟ ଭୂକମ୍ପର‌ଝଟକା ଅନୁଭୂତ ହୋଇଥିଲା। ଆଫଗାନିସ୍ତାନର କୁନାର ପ୍ରଦେଶର ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଭୂମିକମ୍ପରେ ଆଫଗାନିସ୍ତାନର କୁନାର ପ୍ରଦେଶର ନୁର ଗାଲ, ସାୱକି, ୱାଟପୁର, ମନୋଗି ଏବଂ ଚାପା ଦାରା ଜିଲ୍ଲାରେ ଅଧିକ ବିପର୍ଯ୍ୟୟ ଘଟିଥିବା ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଆଫଗାନିସ୍ତାନର ବସାୱୁଲ ଭୂକମ୍ପର‌ କେନ୍ଦ୍ରସ୍ଥଳ ଥିଲା। ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଏହାର ଗଭୀରତା ଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...