AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ତଥ୍ୟ ଯୋଗାଡ଼ କରୁଛି ପୁଲିସ

COASTAL NEWS ODIA 1384

ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ  ତଥ୍ୟ ଯୋଗାଡ଼ କରୁଛି ପୁଲିସ



ଭୁବନେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି - ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ତଥା ଦୁର୍ବ୍ୟବହାର କରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ପୁଲିସ ତଥ୍ୟ ଯୋଗାଡ଼ କରୁଛି। କେଉଁ କେଉଁ ଥାନାରେ ଟୁଟୁଙ୍କ ବିରୋଧରେ ମାମଲା ରହିଛି, ରାଜ୍ୟ ବାହାରେ କିଛି ମାମଲା ଅଛିକି, ଏ ସମସ୍ତ ଦିଗକୁ ନେଇ ପୁଲିସ ଖୋଳତାଢ଼ ଆରମ୍ଭ କରିଥିବା ବେଳେ ମୁମ୍ବାଇର ଥାନେ ପୁଲିସ ଷ୍ଟେସନରେ ଟୁଟୁଙ୍କ ବିରୋଧରେ ରୁଜୁହୋଇଥିବା ଏକ ମାମଲା ପୁଲିସ ହାତରେ ଲାଗିଛି।

ଟୁଟୁଙ୍କ ବିରୋଧରେ ମୁମ୍ବାଇରେ ଏବେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ସଂଗିନ ଅଭିଯୋଗ ଆଣିଥିଲେ। ପ୍ରକୃତିଙ୍କ ଅଭିଯୋଗ ଆଧାରରେ ଥାନେ ପୁଲିସ ମାମଲା ରୁଜୁ କରିଥିଲା। ଏହାଛଡ଼ା କାଷ୍ଟିଂ କାଉଚ୍‌ ନେଇ ମଧ୍ୟ କିଛି ନବାଗତା ଅଭିଯୋଗ ଆଣିଥିଲେ। ତେବେ ଏନେଇ ପୁଲିସ ମାମଲା ରୁଜୁ କରିଥିଲା କି ନା, ତାହା ଜଣାପଡ଼ିନାହିଁ। ସେ ସମସ୍ତ ଅଭିଯୋଗକୁ ମଧ୍ୟ ପୁଲିସ ଗୁରୁତର ସହ ନେଇଛି। 

ଅନ୍ୟପଟେ ଆଜି ଅର୍ଥାତ୍‌ ବୁଧବାର ଟୁଟୁଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ ପୁଲିସ ଗୋଟିଏ ପରେ ଗୋଟିଏ ତଥ୍ୟ ସଂଗ୍ରହ କରୁଛି। ଅଦାଲତଙ୍କ ନିର୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଟୁଟୁଙ୍କ ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ କରିବେ। ଜାମିନ ଶୁଣାଣି ଥିବାବେଳେ ଏଭଳି ସଂଗିନ ଅଭିଯୋଗ ଟୁଟୁଙ୍କ ପାଇଁ ଅଡ଼ୁଆ ବଢ଼ାଇପାରେ।

No comments:

COASTAL NEWS

RAHUL VS MODIJI

कृपया इस *अनुवादित पत्र* को अवश्य पढ़ें। बैंगलोर की एक लड़की ने एक खुला पत्र (राहुल गांधी पर सवाल उठाते हुए) अंग्रेजी में लिखा है...