AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର

COASTAL NEWS ODIA 1385

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର



ମୟୁରଭଞ୍ଜ - (CNO) ଭଞ୍ଜ ବିହାରୀ ମହାନ୍ତି - କଳା ସଂସ୍କୃତି ହେଉ କି ଖାଦ୍ୟପେୟ ବା ହେଉ ପର୍ବ ପର୍ବାଣୀ ମୟୁରଭଞ୍ଜରେ ସବୁକିଛି ନିଆରା । ସେଭଳି ଅନେକ ନିଆରାପଣ ନେଇ ଆୟୋଜିତ ହେଉଛି ମୟୁରଭଞ୍ଜ ମହୋତ୍ସବ । ୧୦ ଦିନର ଏହି ମହୋତ୍ସବରେ ସୋମବାର ୫ମ ସନ୍ଧ୍ୟାରେ ମଞ୍ଚରେ ଅନୁଷ୍ଠିତ ହୋଇଛି ଏକ ସତସତିକା ବାହାଘର । ସେ ପୁଣି ଆଦିବାସୀ ସମ୍ପ୍ରଦାୟର ବାହାଘର । ଏଇ ବାହାଘରର ଦୃଶ୍ୟ ଯେତିକି ସୁନ୍ଦର ସେତିକି ରୋମାଞ୍ଚକର ମଧ୍ୟ ଥିଲା । ମୟୂରଭଞ୍ଜ ମହୋତ୍ସବ-୨୦୨୩ ର ମଞ୍ଚ ସାଜିଥିଲା କନିଆଙ୍କ ବିବାହ ବେଦୀ । 

ଏଭଳି ଏକ ମୁହୁର୍ତ୍ତକୁ ହାତଛଡା ନକରି ଦର୍ଶକଙ୍କ ସର୍ବସମ୍ମୁଖରେ ଯେଉଁଠି କନ୍ୟା ପକ୍ଷ ବର ଓ ବରଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । 

ପାରମ୍ପାରିକ ବାଜାବାଣ ନାଚଗୀତ ମଧ୍ୟରେ ଭାଇ କାନ୍ଧରେ ବସି ବର ପହଞ୍ଚିଥିଲେ ମଞ୍ଚ ନିକଟରେ । ମହୋତ୍ସବର ପଞ୍ଚମ ସଂନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଗଲେ କୁଳିଅଣା ବ୍ଲକ ମୁଣ୍ଢାକଟା ଗାଁର ବର ରାଜେନ ମୁର୍ମୁ ଓ ଶୁଳିଆପଦା ବ୍ଲକ ବାଘଡା ଗାଁର କନିଆଁ ଗୋଲାପୀ ମୁର୍ମୁ ।  
ଓଡିଆ ଘରର ବାହାଘର ତ ଆମେ ସମସ୍ତେ ଦେଖିଛୁ । ହେଲେ ମୟୁରଭଞ୍ଜର ଆଦିବାସୀ ଘର ବାହାଘର କେମିତି ହୁଏ ତାହା ଆମେ ବା କେମିତି ଜାଣିବୁ । ତେଣୁ ସେଇ ଅଜଣା ପରମ୍ପରା ସହିତ ସମସ୍ତଙ୍କ ପରିଚୟ କରାଇବା ଉଦ୍ଧେଶ୍ୟରେ ଏଭଳି ଏକ ନିଆରା ଅନୁଷ୍ଠାନକୁ ଆୟୋଜିତ କରାଯାଇଛି ବୋଲି କହିଛନ୍ତି ମୟୁରଭଞ୍ଜ ମହୋତ୍ସବର ଜଣେ ଆଦିବାସୀ କର୍ମକର୍ତ୍ତା । 

ତେବେ ଆଜିର ଆଧୁନିକ ଦୁନିଆରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ବାହାଘରକୁ ସ୍ମରଣୀୟ କରିବାକୁ ଚାହୁଁଥିବା ବେଳେ, ବରଯାତ୍ରୀଙ୍କ ପାଇଁ ମଦ, ମାସଂ, ବାଣ, ଡିଜେ ଆଦିର ପ୍ରୟୋଜନ ହୋଇଥାଏ । ହେଲେ ଏକ ଅଭିନୟ ମଞ୍ଚରେ ସତସତିକା ବିବାହ ବେଦୀରେ ଦର୍ଶକଙ୍କୁ ସାଖୀ ରଖି ଜୀବନସାଥିର ହାତଧରିବା ଯେତିକି କୌତୁହଳ ସେତିକି ଆନନ୍ଦ ଦାୟକ ବୋଲି ମତ ସୃଷ୍ଟି କରିଛି । 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...