AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ

COASTAL NEWS ODIA 1386

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ


 

ବେଜିଂ: (CNO) ଭଞ୍ଜ ବିହାରୀ ମହାନ୍ତି - ଚାଇନାରେ ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ। କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି। ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା ଦେଖିବାକୁ ମିଳିଛି। 

ତେବେ ଏପରି ଜଣେ ଯୁବତୀ, ଯିଏ କି ତାଙ୍କ ଓଜନର ଦୁଇଗୁଣା ଏକ ଜୀବକୁ ମାରି ଖାଉଥିବା ଜଣାପଡ଼ିଛି। ନିଜକୁ ଫୁଡ୍‌ ବ୍ଲଗର କହୁଥିବା ଜଣେ ମହିଳା ନିକଟରେ ୯୦ କେଜି ଓଜନର କୁମ୍ଭୀରକୁ ମାରି ଖାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କର ଏହି ଭିଡିଓ ଚାଇନାରେ ପୂରା ବିବାଦର କାରଣ ହୋଇଛି। କାରଣ ଏଠାରେ କୁମ୍ଭୀରକୁ ବିନା ଲାଇସେନ୍ସରେ କେହି ଏମିତି ଖାଇପାରିବେନି। 

ଚୁ ନିଆଙ୍ଗ ସିଆଓ ହେ ନାମ୍ନୀ ଜଣେ ମହିଳା ସବୁବେଳେ ଖାଦ୍ୟପେୟର ଭିଡିଓ କରିଥାନ୍ତି। ତାଙ୍କର ଟିକ୍‌ଟକ୍‌ରେ ବହୁତ ଫଲୋୟର୍ସ ଅଛନ୍ତି। ସେ ସେଥିରେ ଘରେ ଏକ କୁମ୍ଭୀରକୁ ମାରି ତା’ର ପ୍ରସ୍ତୁତି ପ୍ରଣାଳୀ ଲୋକଙ୍କ ସହିତ ଶେୟାର କରିଛନ୍ତି। ଭିଡିଓରେ ସେ କୁମ୍ଭୀରର ମୁହଁ ବାନ୍ଧି ମାରିସାରିଲା ପରେ କାଟି ତାକୁ ରୋଷେଇ କରିଥିଲେ। ଏପରି ଭିଡିଓ ପାଇଁ ଏବେ ଉକ୍ତ ଯୁବତୀଙ୍କୁ ସୋସିଆଲ ମିଡିଆରେ ବ୍ୟାନ କରିବାକୁ ଦାବି ହେଉଛି। 

ଯୁବତୀ ତାଙ୍କ ଉତ୍ତରରେ କହିଛନ୍ତି, ଏହି କୁମ୍ଭୀରକୁ କୃତ୍ରିମ ଉପାୟରେ ପାଳନ କରାଯାଇଛି। ଏହାର ଜୀବନ ସେମିତିରେ ହିଁ ଯାଇଥାନ୍ତା। ସେଥିପାଇଁ ସେ ଏହି ଭିଡିଓ କରିବାକୁ ତାକୁ ମାରିଥିବା କହିଛନ୍ତି। ତେବେ ଏହା ସେଠାରେ ବେଆଇନ ହୋଇଥିବାବେଳେ ଏପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...