AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

Smoking Baby.

COASTAL NEWS ODIA 1387

Smoking Baby.



ଜାକର୍ତ୍ତା - (CNO) ଭଞ୍ଜ ବିହାରୀ ମହାନ୍ତି - Smoking Baby... ସିଗାରେଟ ପିଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ହାତରେ ସିଗାରେଟ ଦେଖିବାକୁ ମିଳୁଛି। ହେଲେ କେବେ ଛୁଆଙ୍କ ହାତରେ ସିଗାରେଟ ଥିବା ଦେଖିଛନ୍ତି? 

ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଛୁଆମାନେ ଯେଉଁ ବୟସରେ ଦୁଗ୍ଧ ପିଇଥାନ୍ତି, ସେହି ସମୟରେ ଇଣ୍ଡୋନେସିଆ ସୁମାତ୍ରାରେ ରହୁଥିବା ଆର୍ଡି ରିଜଲ୍‌ ଦିନକୁ ୪୦ଟି ସିଗାରେଟ ପିଉଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ତାଙ୍କ ହାତରେ ସିଗାରେଟ ରହୁଥିଲା। ସେ ଯେତେବେଳେ ୧୮ ମାସର ହୋଇଥିଲେ, ସେବେଠାରୁ ତାଙ୍କୁ ସିଗାରେଟ୍‌ର ଅଭ୍ୟାସ ହୋଇଯାଇଥିଲା। 

ଏହା ପ୍ରକୃତରେ ତାଙ୍କ ମା’ବାପାଙ୍କ ଭୁଲ। ସେମାନେ ଛୋଟବେଳୁ ମଜା ମଜାରେ ତାଙ୍କ ଛୁଆକୁ ସିଗାରେଟ ପିଇବାକୁ ଦେଇଥିଲେ। ଏହାପରେ ସେମାନେ ବହୁ ବାର କରିବା ପରେ ଛୁଆର ସିଗାରେଟ ପିଇବା ଅଭ୍ୟାସ ହୋଇଯାଇଥିଲା। ତାଙ୍କ ମା’ଙ୍କ କହିବା କଥା, ସେ ସିଗାରେଟ ବଦଳରେ ଖେଳଣା ପାଇଁ ଜିଦ୍‌ କରୁଥିଲା। ଅଧିକ ଜିଦ୍‌ କରିବାରୁ ସେ ବାଧ୍ୟ ହୋଇ ରିଜଲ୍‌ଙ୍କୁ ସିଗାରେଟ ଧରେଇ ଦିଅନ୍ତି। ଆଉ ମଧ୍ୟ ସେ ସିଗାରେଟ ନ ପିଇଲେ ବହୁତ ଚିଡିଚିଡ଼ା ହୋଇଯାଇଥିଲା। ତାଙ୍କ ଭୋକ ବହୁତ ବଢିଯାଇଥିଲା। ଇଣ୍ଡୋନେସିଆର ବାଳ ବିକାଶ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ କଲା ଏବଂ ୨୦୧୭ ବେଳକୁ ରିଜଲ୍‌ ସମ୍ପୂର୍ଣ୍ଣ ସିଗାରେଟ୍‌ ଛାଡ଼ି ଦେଇଥିଲେ।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...