AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ଜେରୁଜେଲମ୍‌ ବିଶ୍ୱର ତିନୋଟି ପ୍ରମୁଖ ଧର୍ମ ଖ୍ରୀଷ୍ଟିଆନ, ଇସଲାମ ଏବଂ ଯିହୁଦୀର ର ଉତ୍ପତ୍ତି ସ୍ଥଳ

COASTAL NEWS ODIA 1364

ଜେରୁଜେଲମ୍‌  ବିଶ୍ୱର ତିନୋଟି ପ୍ରମୁଖ ଧର୍ମ ଖ୍ରୀଷ୍ଟିଆନ, ଇସଲାମ ଏବଂ ଯିହୁଦୀର ର ଉତ୍ପତ୍ତି ସ୍ଥଳ 



ଇସ୍ରାଏଲ - (CNO) ଭଞ୍ଜ ବିହାରୀ ମହାନ୍ତି - ହମାସ ସହ ଯୁଦ୍ଧ ଯୋଗୁ ଏବେ ଇସ୍ରାଏଲ୍ ଚର୍ଚ୍ଚାରେ ରହିଛି । ଲୋକମାନେ ଏହି ଛୋଟିଆ ଦେଶ ଏବଂ ଏହାର ନାଗରିକମାନଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଚାହୁଁଛନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏହି ଦେଶ କିମ୍ବା ଏହାର ନାଗରିକମାନଙ୍କ ବିଷୟରେ ନୁହେଁ, ବରଂ ଏହାର ଏକ ସହର ‘ଜେରୁଜେଲମ୍‌’ରେ ଥିବା ଏକ ସିଡି ବିଷୟରେ ଜଣାଇବୁ। କୁହାଯାଏ ଯେ ୨୭୩ ବର୍ଷ ହେବ ଏହି ସିଡିକୁ ୧ ଇଞ୍ଚ ମଧ୍ୟ ଘଞ୍ଚାଯାଇ ପାରି ନାହିଁ । ସବୁଠାରୁ ବଡ କଥା ହେଉଛି, ଏହି କାଠ ସିଡିକୁ ନେଇ କୌଣସି ପ୍ରକାରର ଧାର୍ମିକ ବିଶ୍ୱାସ ମଧ୍ୟ ନାହିଁ । ଆସନ୍ତୁ ଜାଣିବା, ଏହା ବିଷୟରେ…

ସହରର ବିବାଦ :

ଯେତେବେଳେ ବିଶ୍ୱରେ କୌଣସି ବିବାଦୀୟ ସ୍ଥାନ ବିଷୟରେ କଥା ଆସିବ, ସେତେବେଳେ ସର୍ବପ୍ରଥମେ ଜେରୁଜେଲମ୍‌ର ନାମ ହିଁ ଆସିବ। ବାସ୍ତବରେ, ଜେରୁଜେଲମ୍‌ ବିଶ୍ୱର ସବୁଠୁ ବିବାଦୀୟ ସ୍ଥାନ ମଧ୍ୟରୁ ଅନ୍ୟତମ। ଗୋଟିଏ ପଟେ ଇସ୍ରାଏଲ୍ ଏହାକୁ ନିଜର ରାଜଧାନୀ କହୁଥିବା ବେଳେ ଅନ୍ୟ ପଟେ ପାଲେଷ୍ଟାଇନ ଏହାକୁ ନିଜର ବୋଲି ଦାବି କରି ଆସୁଛି । ଏହି ସହରକୁ ନେଇ ଦଶନ୍ଧି ଧରି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ଏବେ ପ୍ରଶ୍ନ ଉଠୁଛି ଯେ ଏହି ସ୍ଥାନ କାହିଁକି ଗୁରୁତ୍ୱପୂର୍ଣ୍ଣ? ବାସ୍ତବରେ, ଏହି ସ୍ଥାନରୁ ହିଁ ବିଶ୍ୱର ତିନୋଟି ପ୍ରମୁଖ ଧର୍ମ ଖ୍ରୀଷ୍ଟିଆନ, ଇସଲାମ ଏବଂ ଯିହୁଦୀର ଆରମ୍ଭ ହୋଇଥିଲା ।
ଚର୍ଚ୍ଚକୁ ନେଇ ବିବାଦ :

ଏହି ସହରରେ ଏକ ଚର୍ଚ୍ଚ ଅଛି, ଯାହାର ନାମ ‘Church of the Holy Sepulchre’ । ଖ୍ରୀଷ୍ଟିଆନମାନେ ବିଶ୍ୱାସ କରନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଏଠାରେ କ୍ରୁଶରେ ଚଢାଯାଇଥିଲା ଏବଂ ପରେ ଏଠାରେ ସେ ଅବତାର ନେଇଥିଲେ। ଯଦିଓ ଏହି ଚର୍ଚ୍ଚକୁ ନେଇ ଖ୍ରୀଷ୍ଟିଆନ ଧର୍ମର ବିଭିନ୍ନ ଦଳ ମଧ୍ୟରେ କିଛି ପ୍ରସଙ୍ଗରେ ବିବାଦ ଚାଲିଛି। ବର୍ତ୍ତମାନ ଖ୍ରୀଷ୍ଟିଆନ ଧର୍ମର ୬ଟି ଦଳ ଏହାକୁ ଏକତ୍ର ପରିଚାଳନା କରିଆସୁଛନ୍ତି । ସେଠାରେ ସେହି ଅନନ୍ୟ ସିଡି ରହିଛି, ଆସନ୍ତୁ ଜାଣିବା ଏହାର କାହାଣୀ।

ଗୋଟିଏ ସିଡି ଏବଂ ୨୭୩ ବର୍ଷର ବିବାଦ :

ଏହି ବିବାଦୀୟ ସିଡି ‘ଦି ହୋଲି ସେପୁଲଚର୍’ ଚର୍ଚ୍ଚର ଏକ ଅଂଶରେ ରହିଛି । ୧୭୫୦ ମସିହା ପରଠାରୁ ଏହି ସିଡି ଏଠାରେ ପଡ଼ି ରହିଛି । ଏହି ଚର୍ଚ୍ଚକୁ ନେଇ ଏତେ ବଡ଼ ବିବାଦ ହୋଇଛି ଯେ ଆଜି ପର୍ଯ୍ୟନ୍ତ କେହି ବି ଏହି ସିଡିକୁ ୧ ଇଞ୍ଚ ମଧ୍ୟ ଘୁଞ୍ଚାଇବାକୁ ସାହସ କରି ନାହାନ୍ତି । ଆଜି ଯାଏ ଚର୍ଚ୍ଚରେ ଯେତେ ବି ମରାମତି ହୋଇଛି, କିନ୍ତୁ ଏଠାକାର କୌଣସି ଜିନିଷକୁ କେହି ଛୁଇଁବା ପାଇଁ ଚେଷ୍ଟା କରିନାହାନ୍ତି । ଏଠାରେ ସମସ୍ତ ଜିନିଷ ପୂର୍ବରୁ ଯେପରି ଥିଲା, ସେହିପରି ରହିଛି ।

No comments:

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...