AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ

COASTAL NEWS ODIA 1365

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ



ବାସୁଦେବପୁର - (CNO) ଭଞ୍ଜ ବିହାରୀ ମହାନ୍ତି - ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ! ସାର୍‌ଙ୍କ ଫର୍ମୁଲାକୁ ପ୍ରୟୋଗ କରି ଯେଉଁମାନେ ସଫଳ ହେଉଛନ୍ତି, ସେମାନଙ୍କୁ ଭାଇରାଲ୍‌ କରିଦେବାର ଧମକ ଦେଉଛନ୍ତି। ଏଥିସହ ରାତି ଅଧିଆ ଛାତ୍ରୀଙ୍କ ସହିତ ଅଶ୍ଲୀଳ ଚାଟିଂ କରୁଛନ୍ତି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗଣିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାସୁଦେବପୁର ବ୍ଲକ୍‌ ଶିକ୍ଷା ଅଧିକାରୀ।

ବାସୁଦେବପୁର ଅଞ୍ଚଳର ପ୍ରଥମ 5-T ସ୍କୁଲ ମୁଣ୍ଡାଇଛି କଳଙ୍କର ବୋଝ। ଉକ୍ତ ସ୍କୁଲର ଗଣିତ ଶିକ୍ଷକ କଳ୍ପତରୁ ମଳିକ ଓ ହିନ୍ଦି ଶିକ୍ଷକ ହରିଶ୍ଚନ୍ଦ୍ର ପଣ୍ଡାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ସେମାନେ ଛାତ୍ରଛାତ୍ରୀଙ୍କୁ ପାଠ କମ୍‌ ପଢ଼ାଉଛନ୍ତି, ବେଶୀ ସାଠ ପଢ଼ାଉଛନ୍ତି। ରାତି ଅଧିଆ ଛାତ୍ରୀଙ୍କ ସହିତ ଅଶ୍ଲୀଳ ଚାଟିଂ କରୁଛନ୍ତି। ବଡ଼ ବଡ଼ ଝିଅଙ୍କୁ ଲଙ୍ଗଳା ଭିଡିଓ ଦେଖାଉଛନ୍ତି। ଛାତ୍ର ଓ ଛାତ୍ରୀଙ୍କୁ ପ୍ରେମର ପାଠ ଶିଖାଉଛନ୍ତି। ଆଉ ପ୍ରେମରେ ପଡ଼ିଗଲା ପରେ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି।

ବିଜ୍ଞାନ ଲାବୋରେଟାରୀରେ ଛାତ୍ରଙ୍କୁ ସିଗାରେଟ୍‌ ଟାଣିବା ମଧ୍ୟ ଶିଖାଉଥିବା ଅଭିଯୋଗ ହେଉଛି। ଦୁଇ ଶିକ୍ଷକଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇଥିଲେ। ଏହା ପରେ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବିଇଓ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ(ଏବିଇଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏବିଇଓ ଘଟଣାର ତଦନ୍ତ କରି ସତ୍ୟାସତ ଜାଣିବାକୁ ପାଇଥିଲେ। ଏଥିସହ ବଭିନ୍ନ ଅଶ୍ଳୀଳ ଚାଟିଂ ଓ ଅଶ୍ଳୀଳ ଅଡିଓ ପାଇଥିଲେ। ଏବିଇଓଙ୍କ ରିପୋର୍ଟ ଅନୁସାରେ ବିଇଓ ଜଗବନ୍ଧୁ ସାହୁ ଗଣିତ ଶିକ୍ଷକ କଳ୍ପତରୁ ମଳିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏଥିସହ ହିନ୍ଦୀ ଶିକ୍ଷକ ହରିଶ୍ଚନ୍ଦ୍ର ପଣ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଶିକ୍ଷାର ମନ୍ଦିରରେ ଏପରି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ।

ସେପଟେ ଗଣିତ ଶିକ୍ଷକ କଳ୍ପତରୁ ମଳିକଙ୍କ ବିରୋଧରେ ଅସିଥିବା ଅଭିଯୋଗ ଏହା ପ୍ରଥମ ନୁହେଁ। ୨୦୨୨ ମସିହାରେ ସେ ଅନ୍ୟ ଏକ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସେହି ମାମଲାରେ ସେ ନିଲମ୍ବିତ ହେବା ସହ ପୋସ୍କୋ ଆକ୍ଟରେ ବନ୍ଧା ହୋଇଥିଲା। ପରବର୍ତ୍ତୀ ସମୟରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ମାମଲା ରଫାଦଫା କରିଥିବା ଚର୍ଚ୍ଚା ହେଉଥିଲା।

ସେହିପରି ଅନ୍ୟ  ଏକ ସ୍କୁଲରେ ଗଣିତ ଶିକ୍ଷକ କଳ୍ପତରୁ ମଳିକ ଅଶ୍ଳୀଳ କାରନାମା ପାଇଁ ତଡା ଖାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଏଭଳି ରସିକିଆ ଶିକ୍ଷକ ବାରମ୍ୱାର ବିବାଦରେ ଛନ୍ଦିହୋଇ ଚାକିରି ହରାଉଛି। ହେଲେ କେମିତି ପୁନର୍ବାର ଚାକିରିରେ ନିୟୋଜିତ ହେଉଛି?

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...