AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ମିକ୍ସ ମାର୍ଶଲ ଆର୍ଟ (MMA)

COASTAL NEWS ODIA 1362

ମିକ୍ସ ମାର୍ଶଲ ଆର୍ଟ (MMA)



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ମିକ୍ସ ମାର୍ଶଲ ଆର୍ଟ (MMA) ତାଲିମ ସମୟରେ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଏନେଇ ସେ ଆଣ୍ଠୁରେ ଏକ ସର୍ଜରୀ କରିଛନ୍ତି । ଆସନ୍ତା ବର୍ଷ ଆରମ୍ଭରେ ଜୁକରବର୍ଗ ଏକ ପ୍ରତିଯୋଗିତାମୂଳକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଘୋଷଣା କରିଛନ୍ତି ।

ସୂଚନା ଥାଉକି ଜୁକରବର୍ଗ ୨୦୨୦ ଠାରୁ ମାର୍ଶଲ ଆର୍ଟ ଅଭ୍ୟାସ କରୁଛନ୍ତି । ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ଏହି ପୋଷ୍ଟରେ ଡାକ୍ତର ଏବଂ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ପୋଷ୍ଟ ସେୟାର କରିଥିବାରୁ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । ସେୟାର ହୋଇଥିବା ପୋଷ୍ଟରେ ସେ କହିଛନ୍ତି ଯେ, ସ୍ପ୍ୟାରିଙ୍ଗ ସମୟରେ ସେ ଆଘାତ ପାଇଥିଲେ। ତେଣୁ ତାଙ୍କର ସର୍ଜରୀ କରାଯାଇଥିବା ସେ କହିଛନ୍ତି । ତାଙ୍କର ଯତ୍ନ ନେଉଥିବା ଡାକ୍ତର ଏବଂ ଟିମକୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଗତ ମାସରେ ଜୁକରବର୍ଗ ଇନଷ୍ଟାଗ୍ରାମରେ ଏକ ସେଲଫି ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ଚେହେରା ଫୁଲିଥିଲା, ଆଖି ତଳେ ଏବଂ ନାକ ଉପରେ କ୍ଷତ ହୋଇଥିବା ଦେଖାଯାଇଥିଲା । ଫାଇଟିଙ୍ଗ କଣ୍ଟ୍ରୋଲ ବାହାରକୁ ଆସିବା ପରେ ଏଭଳି ଘଟିଥିବା ମେଟା ସିଇଓ କହିଛନ୍ତି । ସେ କହିଥିଲେ ଯେ କମ୍ପିଟିଶନ ଟିକେ କଣ୍ଟ୍ରୋଲ ବାହାରକୁ ଯାଇଛି । ମୋର ଅବତାର ଅପଡେଟ୍ ହେବାର ଆବଶ୍ୟକ ହୋଇପାରେ ।

ଜୁକରବର୍ଗ ଦୀର୍ଘ ସମୟ ଧରି MMA ଏବଂ ଜିୟୁ-ଜିତ୍ସୁ ପରି ଖେଳରେ ସାମିଲ ରହିଛନ୍ତି । ନିକଟରେ ଜୁକରବର୍ଗଙ୍କୁ ତାଙ୍କ ପ୍ରଶିକ୍ଷକ ପ୍ରଫେସର ଡେଭ୍‌ କ୍ୟାମାରିଲୋଙ୍କ ଦ୍ୱାରା ବ୍ରାଜିଲର ଜିୟୁ-ଜିତ୍ସୁରେ ଏକ ବ୍ଲୁ ବେଲ୍ଟରେ ସମ୍ମାନିତ କରାଯାଇଥିଲା ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...