AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ

COASTAL NEWS ODIA 1395

ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ 



ପାତ୍ରପୁର : (CNO) ଭଞ୍ଜ ବିହାରୀ ମହାନ୍ତି - ସାହସ ଥିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ଥାଏ। ଆଜି ଏଭଳି ଏକ ଘଟଣା  ପାତ୍ରପୁର ଚିକିଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ବାଇକ୍ ଆରୋହୀ ଅପହରଣ କରି ନେଇଥିବା ବେଳେ ନିଜର ସାହସ  ସହିତ ଉପସ୍ଥିତ ବୁଦ୍ଧି ବଳରେ ସେ ଅପହରଣକାରୀଙ୍କ କବଳରୁ  ଖସି ଆସି ଥିଲେ।

ଏହି ଘଟଣା ଘଟିଛି ଜରଡା ଥାନା ତଣ୍ଡିପୁର ଗ୍ରାମରେ । ଗ୍ରାମର ସନ୍ତୋଷ ବେହେରାଙ୍କ  ବାର ବର୍ଷର ଝିଅ ମନୀଷା ବେହେରା ୫ ଶ୍ରେଣୀରେ ପଢୁଛି । ସବୁଦିନ ଭଳି ଆଜି ସକାଳେ ଗ୍ରାମର ଜଣେ ଶିକ୍ଷକଙ୍କ ପାଖକୁ ଟିୟୁସନ୍ ପଢିବାକୁ ଯାଇଥିଲେ। ଏହି ସମୟରେ  ଗୋଟିଏ କୁକୁର ଭୁକି ତାଙ୍କୁ ଗୋଡେଇବା ଦେଖି ସେ  ଭୟଭୀତ ହୋଇ ନଦୀ ପଟକୁ ଦୌଡ଼ି ପଳାଇଥିଲେ। ଏହି ସମୟରେ ଦୁଇ ଜଣ ବାଇକ୍ ଆରୋହୀ ପହଞ୍ଚିବା ଦେଖି ସେ ଟିକିଏ ଭୟରୁ ନିସ୍ତାର ପାଇଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ ତାଙ୍କର ଆଶା ମଉଳି ଯାଇ ଥିଲା। ଦୁଇ ବାଇକ୍ ଆରୋହୀ  ମନୀଷାକୁ  ଗାଡ଼ିରେ ବସାଇ ଘରେ ଛାଡି ଦେବେ କହିଥିଲେ। କିନ୍ତୁ ପରେ ଅନ୍ୟ ଦିଗରେ ପାତ୍ରପୁର ଆଡକୁ ଚାଲି  ଯାଇଥିଲେ। ଏହା ଦେଖି ସେ ଜୋରରେ କାନ୍ଦିବା ଦେଖି ତୁରନ୍ତ କାନ୍ଦ ବନ୍ଦ କର ନଚେତ ଛୁରୀରେ ଭୁଷି ହତ୍ୟା କରିବେ ବୋଲି ଧମକ ଦେଇ ଥିଲେ। ଏଥିରେ ମନୀଷା ଭୟଭୀତ ହୋଇ ପଡିବା  ବେଳେ ଉଭୟେ ପାତ୍ରପୁର ରାସ୍ତାର ଘଡେଇ ଗାଆଁ ମନ୍ଦିର ନିକଟରେ ଗାଡ଼ି ରଖି ନଳକୂଅରୁ ପାଣି ପିଇବାକୁ ଯାଇ ଥିଲେ। 

ଏହି ସମୟରେ ମନୀଷା ଧୈର୍ଯ୍ୟ ରଖି ବସ୍ତାନି ଧରି ରାସ୍ତା ପାର୍ଶ୍ବ ଧାନ ଖେତ ମଧ୍ୟକୁ ଚାଲି ଯାଇ ଜୋରରେ କାନ୍ଦିଥିଲେ । ମୁଖ୍ୟ ରାସ୍ତା ପାର୍ଶ୍ବରେ ତାଙ୍କର କାନ୍ଦ ଦେଖି  ଦୁଇ  ଅପହର୍ତ୍ତ। ତାକୁ ଛାଡି ଚାଲି ଯାଇଥିଲେ । ସେମାନେ ଚାଲିଯିବାର କିଛି କ୍ଷଣ  ମଧ୍ୟରେ, କାଦୁଆ ଧାନ ଖେତ ମଧ୍ୟରୁ ବାହାରି ନିକଟରେ ଥିବା ମନ୍ଦିର ମଧ୍ୟକୁ ଚାଲିଯାଇ କାନ୍ଦିଥିଲେ । ଏହି ସମୟରେ ତଣ୍ଡିପୁର ଗ୍ରାମ ନିକଟ ଗୋବିନ୍ଦରାଜପୁର ଗ୍ରାମର ସନାତନ ପାତ୍ର ସେହି ରାସ୍ତାରେ ସବୁ ଦିନ ପରି ଗାଡିଧରି ଯାଉଥିବା ବେଳେ ତାଙ୍କର ନଜର ଏହି ଝିଅ ଉପରେ ପଡିଥିଲା। ତୁରନ୍ତ ସେ ଗାଡ଼ି ଅଟକାଇ କାନ୍ଦୁ ଥିବା ଝିଅ ପାଖରେ ପହଞ୍ଚି ଘଟଣା ବୁଝିବା ସହିତ ତାକୁ ପାତ୍ରପୁର ନେଇ ଥିଲେ। 

ପାତ୍ରପୁର ପହଞ୍ଚିବା ପରେ ଘର ଲୋକଙ୍କୁ ଖବର ଦେବା ପରେ ତାଙ୍କ ଅଜା ଆସି ଝିଅକୁ ନେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବହୁ ଲୋକ ତାଙ୍କ ପାଖରେ ପହଞ୍ଚିଥିଲେ। ଝିଅଟି ପରିବାର ଲୋକେଙ୍କ ସାନ୍ତ୍ବନା  ପରେ ସମସ୍ତ ନାଟକୀୟ ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା ଯାହାକୁ ଉପସ୍ଥିତ ଲୋକଙ୍କୁ ସ୍ତମ୍ଭିଭୂତ କରି ଦେଇଥିଲା। 

ଏହି ଭଳି ଘଟଣା ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ଅପହର୍ତ୍ତା ତାଙ୍କ ଗ୍ରାମକୁ ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୋବାଇଲରେ ତାଙ୍କର ଫୋଟ ଦେଖି ମନୀଷା  ଚିହ୍ନି ପାରିଥିଲା । ମନୀଷାଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ପରିବାର ଏହି ଘଟଣା ନେଇ ପୁଲିସକୁ ଜଣାଇନ୍ତି । ତେବେ କେଁଉ କାରଣରୁ ଏପରି ଜଣେ ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ କରାଯାଇଛି ତାକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...