AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି

COASTAL NEWS ODIA 1396

ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି



ବଲାଙ୍ଗୀର - (CNO) ଭଞ୍ଜ ବିହାରୀ ମହାନ୍ତି - ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି। ବନ୍ଧା ହେଲେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ରିସୋର୍ସ ସେଣ୍ଟର କୋଡିନେଟର(ବିଆର୍‌ସିସି) ଶ୍ୟାମ ସୁନ୍ଦର ପଧାନ। ଶ୍ୟାମସୁନ୍ଦର ଡ଼ଙ୍ଗାପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

ଜାଲ୍‌ ବିଇଡ଼ି ସାର୍ଟିଫିକେଟ ପ୍ରଦାନ କରି ଶ୍ୟାମସୁନ୍ଦର ପଦୋନ୍ନତି ପାଇଥିଲେ। ଗତ ୨୦୧୧ ମସିହାରୁ ଗୁଡଭେଲା ବିଇଓ ଅଫିସରେ ବିଆରସିସି ଭାବେ କାମ କରୁଛନ୍ତି। ସେ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା। ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି ନେଇ ଖବର  ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ।

ସନ୍ଦେହ ଘେରରେ ଥିବା ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଚିଠି କରିଥିଲେ। ଶ୍ୟାମସୁନ୍ଦରଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରୁ ରିପୋର୍ଟ ଆସିଥିଲା। ଦୁଇ ମାସ ତଳେ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଡ଼ିଇଓ। ଅଭିଯୋଗକୁ ଭିତ୍ତି କରି ଫେରାର ଥିବା ବିଆରସିସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁଷୁରା ଥାନା ପୁଲିସ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...