AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ରାୟଗଡାରୁ ଦୁଇଟି ବାଘ ଛାଲ ଜବତ

COASTAL NEWS ODIA 1397

ରାୟଗଡାରୁ ଦୁଇଟି ବାଘ ଛାଲ ଜବତ



ରାୟଗଡା - (CNO) ଭଞ୍ଜ ବିହାରୀ ମହାନ୍ତି - ଏସଟିଏଫକୁ ମିଳିଛି ପୁଣି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡାରୁ ଦୁଇଟି ବାଘ ଛାଲ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ମଙ୍ଗଳବାର ଗୁଇନ୍ଦା ସୂତ୍ରରୁ ଖବର ପାଇଲା ଯେ ରାୟଗଡାର ଚାନ୍ଦିଲି ଥାନା ଅଂଚଳରେ ବାଘ ଛାଲ ରାକେଟ ସକ୍ରିୟ ହୋଇଛି। ତୁରନ୍ତ ରାୟଗଡାରେ ଏସଟିଏଫ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। 

ଚାନ୍ଦିଲି ଥାନା ଅଂଚଳର ତାମ୍ପରବିଦୁନି ଛକ ନିକଟରେ ବାଘ ଛାଲର ବେପାର ଚାଲିଥିବା ବେଳେ ଏସଟିଏଫ ଟମି ମାଡିବସିଥିଲା। ଏହି ଘଟଣାରେ ଦୁଇ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିଲା। ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ଅଂଚଳର ବିକ୍ରମ ମାଝି ଏବଂ ରାଜା ମାଝି। ଦୁଇ ଜଣକୁ ଗିରଫ କରିବା ପରେ ସେମାନଙ୍କ ଠାରୁ ବାଘ ଛାଲ ସହ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ପ୍ରକାଶ ଥାଉକି ରାୟଗଡାରୁ ଗତ ଚାରି ମାସ ତଳେ ପୁଲିସ ତରଫରୁ ବାଘ ଛାଲ ଜବତ କରାଯାଇଥିଲା। ଜିଲ୍ଲାରେ କଲରାପତରିଆ ବାଘ ରହିଥିବା ବେଳେ ଶିକାରଙ୍କ ଲୋଲୁପ ଦୃଷ୍ଟି ଏବେ ଏମାନଙ୍କ ଉଉପରେ ପଡିଛି। ବନ ବିଭାଗର ଖାମଖିଆଲି ଏବଂ ଜଂଗଲି ଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉନଥିବାରୁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି। 

ଦୁଇ ଜଣ ଆସାମୀକୁ ଗିରଫ କରିବା ପରେ ୩୭୯,୪୧୧,୧୨୦(ବି) ଆପିସି ଧାରାରେ କେଶ ରୁଜୁ କରାଯାଇ ଆଜି ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଜବତ କରାଯାଇଥିବା ବାଘ ଛାଲକୁ ଡେରାଡୁନର ଡବ୍ଲୁଆଇଆଇର ନିର୍ଦେଶଙ୍କ ନିକଟକୁ ତଦନ୍ତ ପାଇଁ ପଠାଯାଇଥିବା କୁହାଯାଇଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...