AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ

COASTAL NEWS ODIA 1394

ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ। ତା’ପୂର୍ବରୁ ଅର୍ଥାତ ନଭେମ୍ବର ୨୨ରୁ ବସ୍‌ ମାଲିକମାନେ ବିଧାନସଭା ସମ୍ମୁଖରେ ଧାରଣା ବସିବେ। ବସ ଧର୍ମଘଟ ନେଇ ଭବାନୀପାଟଣାରେ ବସିଥିବା ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଏନେ ସୂଚନା ଦେଇଛନ୍ତି ବସ୍‌ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ।

ଆଜି କଲାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଅଲ୍‌ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ ୩୦ ଜିଲ୍ଲା ସବୁ ବସ୍‌ ମାଲିକମାନେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ସରକାର ଚଲାଉଥିବା ଲକ୍ଷ୍ମ ବସ୍‌ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲାଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ଘରୋଇ ବସ୍‌ ମାଲିକ ସଂଘ। ସଂଘର ଦାବି, ରାଜ୍ୟ ସରକାର ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଲକ୍ଷ୍ମ ବସ୍‌ ଚଲାନ୍ତି। କିନ୍ତୁ ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚଲାନ୍ତୁ ନାହିଁ ବୋଲି ସଂଘ ଦାବି କରିଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଯେଉଁଥିପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ତା’ ପୂର୍ବରୁ ନଭେମ୍ବର ୨୨ ତାରିଖରୁ ବିଧାନସଭା ଆଗରେ ବସ୍‌ ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ। ରାଜ୍ୟ ସରକାର ନ ଶୁଣିଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ସାରା ରଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୨ ତାରିଖରୁ ୩୦ ଡିସେମ୍ବର ଯାଏଁ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ସରକାର ନ ଶୁଣିଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ସାରା ରଜ୍ୟରେ ବସ ଧର୍ମଘଟ କରାଯିବ। ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହିତ ବହୁବାର ଆଲୋଚନା କରିଛୁ। ମାତ୍ର ସବୁଥିରେ ବିଫଳ ହୋଇଛି। ଏବେ ମଧ୍ୟ ସମୟ ଅଛି। ରାଜ୍ୟ ସରକାର ଚାହିଁଲେ ବସ୍‌ ଧର୍ମଘଟକୁ ଏଡାଇ ଦିଆଯାଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...