AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...

COASTAL NEWS ODIA 1393

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...



ବଲାଙ୍ଗୀର - (CNO) ଭଞ୍ଜ ବିହାରୀ ମହାନ୍ତି - କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...। ଆଉ ଦେହ ବେପାର କାର୍ଯ୍ୟରେ ନିୟୋଜିତ ଥିଲେ କଲେଜର ରାତ୍ର ଜଗୁଆଳୀ। ଏମିତି ଏକ ବିଚିତ୍ର କଲେଜ ଚାଲିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଚମ୍ପଟ ମାରିଛନ୍ତି।

ବଲାଙ୍ଗିର ପାଟଣାଗଡ଼ ଥାନା ଅଞ୍ଚଳରେ ରହିଛି ଏକ କଲେଜ। ସେହି ଶିକ୍ଷାର ମନ୍ଦିରରେ ଦିନ ବେଳା ବିଦ୍ୟାଦାତ୍ରୀଙ୍କୁ ଆରାଧନା କରୁଛନ୍ତି ଛାତ୍ରଛାତ୍ରୀ। ହେଲେ ରାତିରେ ସେଠାରେ କାମସୂତ୍ରର ପାଠ ପଢ଼ାଉଛନ୍ତି ରାତ୍ର ଜଗୁଆଳୀ। ସଞ୍ଜ ନଇଁଲେ ସ୍କୁଲରେ ଜମୁଥିଲା ଭିଡ଼। ରାତି ଯେତେ ବଢ଼ୁଥିଲା, ସ୍କୁଲର ପରିବେଶ ସେତେ ଉଷ୍ମ ହେଉଥିଲା। ଚାଲୁଥିଲା ସେକ୍ସକାରବାର। ପର୍ଥ ବିନିମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିଲେ ସୁନ୍ଦର ସୁନ୍ଦର ଯୁବତୀ। ରାତି ସାରା ଏମିତି ଚାଲୁଥିବା ଅଭିଯୋଗ ହେଉଛି। ରାତ୍ର ଜଗୁଆଳୀଙ୍କ ଉପସ୍ଥିତିରେ ଏ ସବୁ କାରବାର ହେଉଥିବା ଅଭିଯୋଗ ହୋଇଛି।

କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରବିବାର ରାତିରେ ପାଟଣାଗଡ଼ ଥାନା ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏହି ମାମଲାରେ ପୁଲିସ୍‌ କଲେଜର ରାତ୍ର ଜଗୁଆଳୀ ଓ ବଲାଙ୍ଗିର ଅଞ୍ଚଳର ଜଣେ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହ କଲେଜ କୋଠରୀରୁ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ୍‌ ଜବତ କରିଛି।

ତେବେ କେତେଦିନ ଧରି କଲେଜରେ ସେକ୍ସ କାରବାର ଚଳିଥିଲା, ତାହା ଜଣାପଡ଼ି ନାହିଁ। ଏଥିସହ ଜବତ ହୋଇଥିବା ବାଇକ୍‌ କାହାର ତାହା ମଧ୍ୟ ଜଣାପଡ଼ି ନାହିଁ। ଏପରିକି ସେମାନଙ୍କ ନାଁ ସାର୍ବଜନୀନ କରୁନି ପୁଲିସ୍‌। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...