AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ

COASTAL NEWS ODIA 1392

ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। 

ଇସ୍ତଫା ଦେବା ପରେ ରଜନୀକାନ୍ତ ସିଂହ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି। ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଓ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି। ସାମ୍ବିଧାନିକ ପଦରେ ଥିବାରୁ ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶି ପାରୁ ନଥିଲି। ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବା ପାଇଁ ଇସ୍ତଫା ଦେଇଛି। ଏହା ହଠାତ୍‌ ନିଷ୍ପତ୍ତି ନୁହେଁ। ବହୁ ଦିନର ନିଷ୍ପତ୍ତି ଥିଲା।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ଦଳର ସ୍ଥିତି ଖରାପ ହେଉଥିବାରୁ ଶ୍ରୀ ସିଂହଙ୍କୁ ଉପବାଚସ୍ପତି ପଦ ଛାଡ଼ି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ କଥା ବୁଝିବାକୁ କୁହାଯାଇଛି। ଉପବାଚସ୍ପତି ପଦରେ ଥିବାରୁ ସେ ଦଳୀୟ ସାଂଗଠନିକ କାର୍ଯ୍ୟ କରିବା ସମ୍ଭବପର ହେଉ ନଥିଲା । ଅନୁଗୁଳ ବିଧାନସଭା ଆସନରୁ କ୍ରମାଗତ ୪ଥର ଜିତିଥିବା ଶ୍ରୀ ସିଂହ ୨୦୧୯ ଜୁନ୍ ମାସରୁ ଉପବାଚସ୍ପତି କରାଯାଇଥିଲା। ସେ ଏହି ସାମ୍ବିଧାନିକ ପଦରେ ଥିବାରୁ ସାଂଗଠନିକ କାର୍ଯ୍ୟ ସମ୍ଭବପର ହୋଇପାରୁନଥିଲା, ଯାହାର ପ୍ରଭାବ ପଂଚାୟତ ଓ ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କଠୁ ରଜନୀକାନ୍ତଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ୁଛି। ୨୦୧୯ରେ ମାତ୍ର ୮୮୨୩ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଏହି ଦୁଇ ସଂସଦୀୟ କ୍ଷେତ୍ରର ରାଜନୀତି ଉପରେ ଅନୁଗୁଳର ପ୍ରଭାବ ଥିବାରୁ ବିଜେଡି ନିଜର ପୁରୁଖା ନେତା ରଜନୀକାନ୍ତ ସିଂହଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବାକୁ ଚାହିଁଛି । ଅନୁଗୁଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରୁଛନ୍ତି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...