AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ବିଚିତ୍ର ଦାନ୍ତ

COASTAL NEWS ODIA 1359

ବିଚିତ୍ର ଦାନ୍ତ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ପୃଥିବୀପୃଷ୍ଠରେ ଅନେକ ଜୀବଙ୍କ ବିଚିତ୍ର ଶାରୀରିକ ଗଠନ ମଣିଷକୁ ଆଶ୍ଚର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା କେତେକ ଜୀବଙ୍କ ଦାନ୍ତ ସମ୍ପର୍କରେ କିଛି ଅଜବ କଥା

ଲୁହା ଦାନ୍ତ ଥିବା ଜୀବ: କ୍ରିପ୍ଟୋସିଟନ୍‌ ଷ୍ଟେଲେରି ବା ଓଣ୍ଡରିଂ ମିଟ୍‌ଲୋଫ୍‌ ନାମକ ଜୀବର ଦାନ୍ତ ଲୁହାରେ ତିଆରି। ସାଧାରଣତଃ ଦାନ୍ତ କ୍ୟାଲସିୟମ୍‌ରେ ତିଆରି ହୋଇଥିବା ବେଳେ ଏହି ଜୀବର ଦାନ୍ତ ଆଇରନ୍‌ ବା ଲୁହାରେ ତିଆରି ହୋଇଥିବା ଏକ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି।

ଏହି ଭୟଙ୍କର ଜୀବଟି ନିଜ ଦାନ୍ତ ଦ୍ୱାରା ଅତି କଠିନ ଶିକାର ମଧ୍ୟ କରିପାରେ। ଏମିତିକି ଏହା ପଥରକୁ ମଧ୍ୟ ସହଜରେ ଦାନ୍ତରେ ଚୋବାଇ ଖାଇପାରେ। କେବଳ ଏତିକି ନୁହେଁ, ନିଜର ଶକ୍ତ ଦାନ୍ତ ପାଇଁ ଏହା ବଡ଼ ବଡ଼ ପଥରରେ ସୁଡ଼ଙ୍ଗ ମଧ୍ୟ କରିପାରେ। ଏହା ଦେଖିବାକୁ ହାଲୁକା ଲାଲ୍‌ ଏବଂ ମାଟିଆ ରଙ୍ଗର ହୋଇଥିବା ବେଳେ ଏହାକୁ ହଠାତ୍‌ ଦେଖିଲେ ତଳେ ପଡ଼ିଥିବା ମାଂସ ପିଣ୍ଡୁଳାର ଭ୍ରମ ସୃଷ୍ଟି କରିଥାଏ।

ସାରା ଜୀବନ ବଢ଼େ ଦାନ୍ତ: ଗୁଣ୍ଡୁଚି ମୂଷା, ଠେକୁଆ ଆଦିଙ୍କର ଦାନ୍ତ ବଢିବା କେବେ ବନ୍ଦ ହୋଇ ନ ଥାଏ। ତେଣୁ ଏହାକୁ ସାଧାରଣ ଆକାର ରଖିବା ପାଇଁ ସେମାନେ ସବୁ ସମୟରେ କିଛି ନା କିଛି ଚୋବାଇଥାନ୍ତି।
ସବୁଠୁ ବଡ଼ ପ୍ରାଣୀର ଦାନ୍ତ ନାହିଁ: ପୃଥିବୀର ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ନୀଳ ତିମି ବା ବ୍ଲ୍ୟୁ ହ୍ବେଲ୍‌। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଶାଳକାୟ ପ୍ରାଣୀର ଦାନ୍ତ ନାହିଁ।

୧୪ ହଜାର ଦାନ୍ତ: ମଣିଷର ଦାନ୍ତ ସଂଖ୍ୟା ୩୨। ଅନ୍ୟ ଜୀବମାନଙ୍କ ଦାନ୍ତ ସଂଖ୍ୟା ଏହାଠାରୁ କମ୍‌ ବେଶୀ ହୋଇଥାଏ। ହେଲେ କ’ଣ ଗୋଟିଏ ଜୀବର ଦାନ୍ତ ସଂଖ୍ୟା ୧୪ ହଜାର ହୋଇପାରେ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗେଣ୍ଡାମାନଙ୍କର ଏତେ ସଂଖ୍ୟାର ଦାନ୍ତ ଥିବାରୁ ସେମାନଙ୍କୁ ପୃଥିବୀର ସର୍ବାଧିକ ଦାନ୍ତ ଥିବା ପ୍ରାଣୀ ବୋଲି ଗ୍ରହଣ କରାଯାଏ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...