AFFILIATE MARKETING

https://binomo.com?a=90810425bb57&t=0

Wednesday, November 1, 2023

ଆଳି ବ୍ଲକ୍ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

COASTAL NEWS ODIA 1327

ଆଳି ବ୍ଲକ୍ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ



ଆଳି,୩୦୧୦(ଆପ୍ର): ଆଳି ବ୍ଲକ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆଳି ବ୍ଲକ୍ ଚଣ୍ଡିଆଗଡ଼ି ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ପ୍ରୋତ୍ସାହନ ରେ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଭୌତିକ ବିକାଶ ପାଇଁ  ସୁରଭି ଏକ ସୁନ୍ଦର ମାଧ୍ୟମ l ଏହାଦ୍ଵାରା ଛାତ୍ରଛାତ୍ରୀ ମାନେ ନିଜର ଶିକ୍ଷା ବ୍ୟତିତ ଅନ୍ୟନ୍ୟ କଳା ବିଜ୍ଞାନ ସାହିତ୍ୟ ସଂସ୍କୃତି ରେ ନିଜର ପ୍ରତିଯୋଗିତା ମୂଳକ ଚିନ୍ତାଧାରାକୁ ଶାଣିତ କରିବା ସହିତ ବୌଦ୍ଧିକ ବିକାଶ ଓ ପ୍ରଦର୍ଶନ ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି । ଏଥିରେ ସେମାନଙ୍କର ବିଭିନ୍ନ କଳା ଓ ପ୍ରତିଭା ର ବିକାଶ ହୋଇଥାଏ । 

ଆଳି ବ୍ଲକ୍ ଚଣ୍ଡିଆଗଡ଼ି ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ନିଜର ଜ୍ଞାନ ଗର୍ଭକ ଭାଷଣ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଆଳି ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ ।ମୁଖ୍ୟବକ୍ତା ଭାବେ ଚଣ୍ଡିଆଗଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରିୟରଞ୍ଜନ ଦାଶ ଯୋଗ ଦେଇଥିଲେ। 

ଆଳି ବ୍ଲକ୍ ମଣ୍ଡଳ ଶିକ୍ଷାଧକାରୀ ରତିକାନ୍ତ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି, ସହ ଶିକ୍ଷାଧିକାରୀ ଉଦକର ସାମଲ, ସରପଞ୍ଚ ସନାତନ ସାହୁ, ବ୍ଳକ୍ ଉପାଧ୍ୟକ୍ଷ ମିନତି ବାରିକ, ସାମନ୍ତ କେଳୁଚରଣ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଅରାଧନା ଦାଶ, ସମିତି ସଭ୍ୟ ରାମଚନ୍ଦ୍ର ଦାସ, ମୋ ସ୍କୁଲ ଅଭିଯାନର ନାରାୟଣ ଲେଙ୍କା ଓ କମିଟି ସଭାପତି ବାମଦେବ ବରାଳ ଯୋଗ ଦେଇଥିଲେ। ସିଆରସିସି ନରେନ୍ଦ୍ର ଆଚାର୍ଯ୍ୟ ଅତିଥ ପରିଚୟ ପ୍ରଦାନ କରିଥିଲେ । 



ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥ ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ପାବନୀ ରାଉତ ଓ ମୁଖ୍ୟବକ୍ତା ଭାବେ ଡେରାବିଶ ବ୍ଲକ୍ ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ନରହରି ସୂତାର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦେବରାଜ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ସ୍ବାଗତିକା ରାଉତ, ଡାଏଟ୍ ଶିକ୍ଷକ ପ୍ରଶିକ୍ଷିକା ଲୋପାମୁଦ୍ରା ପଣ୍ଡା, ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀ, ଚକ୍ରଧର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର ଯୋଗ ଦେଇଥିଲେ । ସମୀର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସୁକାନ୍ତ ଲେଙ୍କା, ଦେବକାନ୍ତ ବେହେରା, ଅନ୍ତର୍ଯ୍ୟାମୀ ମଳିକ, ସଞ୍ଜୟ ମହାଳିକ ଓ ଗୌରହରି ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...