AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ପୋଲିସ ଆଗରେ ଥାନା ଭଙ୍ଗାରୁଜା କଲେ ଯୁବଗୋଷ୍ଠୀ

COASTAL NEWS ODIA 1368

ପୋଲିସ ଆଗରେ ଥାନା ଭଙ୍ଗାରୁଜା କଲେ ଯୁବଗୋଷ୍ଠୀ


 
  
ବରଗଡ଼,୫।୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ବରଗଡ଼ ଜିଲା ଅମ୍ବାଭୋନା ଥାନାରେ ରବିବାର ତୁମୁଳକାଣ୍ଡ ଘଟିଛି। ଶତାଧିକ ଲୋକେ ଅତର୍କିତ ଭାବେ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଫଳରେ ଥାନାରେ ରହିଥିବା କମ୍ପୁଟର, ଚୌକି, ଟେବୁଲ ଆଦି ଭାଙ୍ଗି ଚୂରମାର୍‌ ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଥାନା ଭିତରେ ଏଭଳି ତୁମୁଳକାଣ୍ଡ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ପୋଲିସ ନିୟନ୍ତ୍ରଣ କରି ନ ପାରି ନିରୂପାୟ ରହିଥିବା ସାଧାରଣରେ ଆଲୋଚିତ ହେଉଛି।

ତେବେ ଥାନା ଭିତରେ ଏଭଳି ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ଏଭଳି ତୁମୁଳକାଣ୍ଡ ଘଟାଇଥିବା ଚର୍ଚ୍ଚା ଚାଲିଛି। ଭୋଜିରେ ଯାଇଥିବା ବେଳେ ସନ୍ଦେହରେ ପୋଲିସ ନିଶାଦ୍ରବ୍ୟର ସର୍ଚ୍ଚ କରିବା ଯୋଗୁ ଏହି ଘଟଣା ଘଟିଥିବା ସାଧାରଣରେ ଆଲୋଚିତ ହେଉଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...