AFFILIATE MARKETING

https://binomo.com?a=90810425bb57&t=0

Tuesday, November 7, 2023

ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର

COASTAL NEWS ODIA 1380

ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର



 
ଭବାନୀପାଟଣା,୭।୧୧ (CNO) ଭଞ୍ଜ ବିହାରୀ ମହାନ୍ତି - ଭଗବାନ ଭରସାରେ ଜନନୀ। ୫ କି.ମି. ପାହାଡିଆ ରାସ୍ତା ଦେଇ ଖଟିଆରେ ବୁହା ହେବା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ। ଭାଗ୍ୟକୁ ମା’ ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ଅଭବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ ନଳାଚୁଆଁ ଗାଁରେ।

ସୋମବାର ସକାଳେ ଗାଁର ଶୁକ୍ରୀ ଯାନୀ (୩୦)ଙ୍କୁ ପ୍ରସବ ପୀଡା ହୋଇଥିଲା। ସମ୍ପର୍କୀୟମାନେ ଜନନୀ ସୁରକ୍ଷା ଗାଡିକୁ ଖବର ଦେଇଥିଲେ। ଗାଁକୁ ରାସ୍ତା ନ ଥିବାରୁ ୫ କି.ମି. ଦୂର ବାଙ୍ଗଟିସାଦ ଗାଁ ପାଖରେ ଅଟକି ରହିଥିଲା ଜନନୀ ସୁରକ୍ଷା ଗାଡି। ଶେଷରେ କୌଣସି ଉପାୟ ନ ପାଇ ସମ୍ପର୍କୀୟ ଓ ଶୁକ୍ରୀଙ୍କ ସ୍ବାମୀ ସୀତାରାମ ଖଟିଆରେ ବୋହି ତାଙ୍କୁ ଆଣୁଥିବା ବେଳେ ଅଧ ବାଟରେ ଶୁକ୍ରୀଙ୍କ ଅଧିକ ପ୍ରସବ ପୀଡା ହେବା ସହ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ଖବର ପାଇ ଧନସୁଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସିଂ ଅଫିସର ତୁସୁମ କୁମାର, ଏନଏମ ଚନ୍ଦ୍ରକାନ୍ତି ମାଝି ଓ ଆଶା କର୍ମୀ ତୁଳସା ନାଏକ ଘଟଣାସ୍ଥଳରେ ପହଞ୍ଚତ୍ ମା’ ପୁଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ମା’ ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁଅ ଜନ୍ମ ହେବା ପରେ ଡାକ୍ତରଖାନାକୁ ଯିବାକୁ ଶୁକ୍ରୀଙ୍କ ପରିବାର ଅନିଚ୍ଛୁକ ଥିବା ବେଳେ ନର୍ସିଂ ଅଫିସର ତୁସମୀ ପ୍ରାଥମିକ ଚିକିତ୍ସା ପରେ ମା’ପୁଅଙ୍କୁ ସୁରକ୍ଷା ପାଇଁ ଡାକ୍ତରଖାନାକୁ ନେବାକୁ ବୁଝାଇଥିଲେ। ଫଳରେ ମା’ ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ନେଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଛି। 

ଗୋଟିଏ ପଟେ ସରକାର ଜନନୀ ସୁରକ୍ଷା ତଥା ଦୁର୍ଗମ ଅଞ୍ଚଳ ଗୁଡିକ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନଙ୍କ ଅବହେଳା ଯୋଗୁ ସବୁ ଯୋଜନା ଓ ବ୍ୟବସ୍ଥା ବାଟବଣା ହେଉଥିବା ଅଭିଯୋଗ ହେଉଛି। ଜୟପାଟଣା ବ୍ଲକରେ ଗତ ଦିନରେ ବିଭିନ୍ନ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଅଞ୍ଚଳ ପାଇଁ ଆଖି ବନ୍ଦ କରି ଦେଇଛନ୍ତି ଜନପ୍ରତିନିଧି। ତେବେ କେବେ ଏହି ଅଞ୍ଚଳକୁ ବିକାଶ ପହଞ୍ଚିବ ଓ କେବେ ଏଠାକାର ଜନନୀ ସୁରକ୍ଷା ପାଇବେ ତାହା ହିଁ ବଡ଼ ପ୍ରଶ୍ନ।

No comments:

COASTAL NEWS

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ନୂଆପଡ଼ା/ଭୁବନେଶ୍ୱର, ୦୧।୧୧: ନୂଆପଡାରେ ରାଜ୍ୟ ଉ...