AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ପାଇଁ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉ - ସୁପ୍ରିମକୋର୍ଟ

COASTAL NEWS ODIA 1382

ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ପାଇଁ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉ - ସୁପ୍ରିମକୋର୍ଟ



ନୂଆଦିଲ୍ଲୀ,୮ା୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ଗଣମାଧ୍ୟମ ପ୍ରତିନିଧିମାନେ ନିଜସ୍ବ ଉତ୍ସରୁ ଖବର ସଂଗ୍ରହ କରିଥାନ୍ତି। କୌଣସି ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। 

ଖବରଦାତାଙ୍କ ଉପକରଣ ଜବତ ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ପାଇଁ ସବିଶେଷ ଗାଇଡ୍‌ଲାଇନ ରଖିବା ନିମନ୍ତେ ଫାଉଣ୍ଡେଶନ ଫର୍‌ ମିଡିଆ ପ୍ରଫେସନାଲ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାବେଳେ ଏହାର ଶୁଣାଣି ଅବସରରେ ଜଷ୍ଟିସ ସଞ୍ଜୟ କିଷନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। 

ଖବରଦାତାମାନଙ୍କ ଡିଜିଟାଲ ଉପକରଣ ଜବତ କରିବା ଏକ ଗମ୍ଭୀର ବିଷୟ। ସେମାନଙ୍କର ନିଜସ୍ବ ଉତ୍ସ ରହିଛି। ଆମକୁ ଗୋପନୀୟତା ମୌଳିକ ଅଧିକାରକୁ ବଜାୟ ରଖିବାକୁ ହେବ। ଏଥିରେ ସନ୍ତୁଳନ ରହିବା ଜରୁରୀ ବୋଲି ଖଣ୍ଡପୀଠ କହିବା ସହ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬କୁ ଧାର୍ଯ୍ୟ କରିଛନ୍ତି। 

ଏହି ସମୟ ମଧ୍ୟରେ କେନ୍ଦ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରନ୍ତୁ, ନଚେତ୍‌ ଆମକୁ କରିବାକୁ ଦିଅନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। ତଦନ୍ତକାରୀ ସଂସ୍ଥା ସରକାର ଚଳାଇପାରିବ ନାହିଁ ବୋଲି ଜଷ୍ଟିସ୍‌ କୌଲ କହିଥିଲେ। କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ଏହା ଏକ ଜଟିଳ ଆଇନଗତ ପ୍ରସଙ୍ଗ। ଗଣମାଧ୍ୟମର ଅଧିକାର ରହିଛି, କିନ୍ତୁ ଏହା ଆଇନର ଊର୍ଦ୍ଧ୍ୱରେ ନୁହେଁ ବୋଲି ରାଜୁ କହିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...