AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ

COASTAL NEWS ODIA 1401

୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ



ଯମୁନାନଗର - (CNO) ଭଞ୍ଜ ବିହାରୀ ମହାନ୍ତି - ହରିୟାଣାର ଯମୁନାନଗର ଜିଲ୍ଲାରେ ଗତ ୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ । ମୃତକମାନେ ଯମୁନାନଗର ଜିଲ୍ଲାର ମଣ୍ଡେୱରୀ ଓ ପଞ୍ଜୋଟାର ମାଜରା ଗାଁର ବୋଲି ଜଣାଯାଇଛି।

ବିଷାକ୍ତ ମଦ ପିଇବା ପରେ ପ୍ରଥମେ ୬ ଜଣଙ୍କର ବାନ୍ତି ହୋଇଥିଲା। ଏହାର କିଛି ସମୟ ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମଦ ପିଇ ଗୁରୁତର ହୋଇ ପଡ଼ିଥିବା ୩ ଜଣଙ୍କୁ ତୁରନ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି। ବ୍ୟବଚ୍ଛେଦ ନ କରାଇ ପରିବାରବର୍ଗ ମୃତଦେହର ସତ୍କାର କରିଥିବା ଅଭିଯୋଗ ହୋଇଛି।

ଯମୁନାନଗର ଏସ୍‌ପି କହିଛନ୍ତି, ବୁଧବାର ଅପରାହ୍ନରେ ଆମେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇଲୁ। ବିଷାକ୍ତ ମଦ ପିଇ ଏପରି ହୋଇଥିବା ସୂଚନା ପାଇଲୁ। ମୃତକଙ୍କ ମଧ୍ୟରୁ ୩ ଜଣଙ୍କୁ ମଙ୍ଗଳବାର ଓ ୨ ଜଣଙ୍କର ବୁଧବାର ଅନ୍ତିମ ସଂସ୍କାର କରି ଦିଆଯାଇଛି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...