AFFILIATE MARKETING

https://binomo.com?a=90810425bb57&t=0

Thursday, November 2, 2023

ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍

COASTAL NEWS ODIA 1333

ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍



ଭୁବନେଶ୍ବର : (CNO) ଭଞ୍ଜ ବିହାରୀ ମହାନ୍ତି - ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍ । ଆଜି ବି ଭୁବନେଶ୍ବର ଆରବିଆଇ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ । କମିଶନ ନେଇ ଦୁଇ ହଜାର ଟଙ୍କା ନୋଟ ବଦଳାଇବା ଖବର ଉପରେ ଖୋଳତାଡ କରୁଛି EOW ଓ ED । ଗତକାଲି ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଇଡି ଟିମ୍ ପହଞ୍ଚି ଖୋଳତାଡ କରିଥିଲା । ଏହାପୂର୍ବରୁ EOW ର ୨ ଜଣିଆ ଟିମ ପହଞ୍ଚି ତନାଘନା ତଦନ୍ତ କରିଥିଲା । ନୋଟ ବଦଳାଉଥିବା ଲୋକଙ୍କୁ ପଚରାଉଚରା କରାଯିବା ସହ ଧାଡ଼ିରେ ଥିବା ଲୋକଙ୍କ ଆଧାର କାର୍ଡ ଯାଞ୍ଚ ହୋଇଥିଲା ।

କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହି କମିଶନି ଦେଉଛି କିଏ ? କାହାର ଟଙ୍କା ବଦଳାଯିବା ପାଇଁ କମିଶନି କାରବାର ହେଉଛି ? ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ କାହିଁକି ସେତେବେଳେ ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...