AFFILIATE MARKETING

https://binomo.com?a=90810425bb57&t=0

Thursday, November 2, 2023

ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା

COASTAL NEWS ODIA 1340

ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା



ଲକ୍ଷ୍ନୌ : (CNO) ଭଞ୍ଜ ବିହାରୀ ମହାନ୍ତି - ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ତାଙ୍କର ପୋଷାକ ଖୋଲିଥିଲେ ଓ ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀ ଜଣକ ରାତି ଖାଇବା ପରେ ନିଜର ପୁଅ ବନ୍ଧୁଙ୍କ ସହ କ୍ୟାମ୍ପସରେ ବୁଲୁଥିବା ବେଳେ ଏକ ବୁଲେଟରେ ୩ଜଣ ଦୁର୍ବୃତ୍ତ ଆସିଥିଲେ ।

ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ତାଙ୍କର ପୋଷାକ କାଢ଼ିଥିଲେ । ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀଙ୍କ ସହିତ ଥିବା ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାଡ ମାରି କ୍ଷତାକ୍ତ କରିଥିଲେ ।ଛାତ୍ର-ଛାତ୍ରୀ ଦୁହେଁ ହଷ୍ଟେଲରେ ରହୁଥିବା ଜଣାଯାଇଛି । ଏହି ଖବର ଜଣାପଡିବା ପରେ ହଷ୍ଟେଲର ଛାତ୍ରଛାତ୍ରୀ କ୍ୟାମ୍ପସରେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ନିର୍ଦ୍ଦେଶକଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଥିଲେ । ପୂର୍ବରୁ ମଧ୍ୟ କ୍ୟାମ୍ପସରେ ଛାତ୍ରୀଙ୍କ ସହ ଏପରି ବହୁ ଦୁର୍ଘଟଣା ଘଟିଥିବା ଛାତ୍ର-ଛାତ୍ରୀ ଅଭିଯୋଗ କରିଥିଲେ । ବାହାରର ଅସାମାଜିକ ବ୍ୟକ୍ତିମାନେ ଆସି କ୍ୟାମ୍ପସ ଭିତରେ ନିଶା ସେବନ କରିବା ସହ ଛାତ୍ରୀମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ । କ୍ୟାମ୍ପସକୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଛାତ୍ର-ଛାତ୍ରୀ ଦାବି କରିଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...